୪ବର୍ଷର ନାବାଳିକାକୁ ଦୁଷ୍କର୍ମ; ସଂପର୍କୀୟ ଭାଇ ଗିରଫ

ଅତାବିରା : ବରଗଡ଼ ଜିଲ୍ଲା ଅତାବିରା ଥାନା ଗୋଡ଼ଭଗା ଫାଣ୍ଡି ଅଂଚଳରେ ୪ ବର୍ଷର ନାବାଳିକାକୁ ନିଜ ସଂପର୍କୀୟ ଭାଇ ଦୁଷ୍କର୍ମ କରିବା ଭଳି ଅଭାବନୀୟ ଘଟଣା ଘଟିଛି। ଗତ ୨୩ ତାରିଖ ଏହି ଘଟଣା ଘଟିଥିବାବେଳେ ଅଭିଯୋଗ ପରେ ଏବେ ତାହା ସାମନାକୁ ଆସିଛି। ପୁଲିସ ଅଭିଯୁକ୍ତ ସୁଧାଂଶୁ ପ୍ରଧାନ (୨୬)କୁ ଗିରଫ କରି ଦଫା ୩୭୬ ଆଇପିସି, ୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଘଟଣା ଦିନ ଝିଅଟି ଘରେ ଏକୁଟିଆ ଥିଲା। ଏହାର ସୁଯୋଗ ନେଇ ସୁଧାଂଶୁ ତାକୁ ଡାକି ନେଇ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲା। ପୀଡ଼ିତା ନାବାଳିକା ଘରେ ଏସଂପର୍କରେ କହିବା ପରେ ପୁଲିସ୍‌ ପାଖରେ ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ଅଂଚଳରେ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର