ବ୍ରିଟିସ କାଉନସିଲ ପକ୍ଷରୁ ଫୁଟ୍‌ବଲ ତାଲିମ ଶିବିର

କଟକ: ବ୍ରିଟିସ କାଉନସିଲ ଓ ରାଜ୍ୟ ଫୁଟ୍‌ବଲ ସ˚ଘ ଫାଓ ପକ୍ଷରୁ ଗୋଷ୍ଠୀ ଫୁଟ୍‌ବଲ ତାଲିମ କାର୍ଯ୍ୟକ୍ରମ ବାରବାଟୀ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ଏହି ଦୁଇ ଦିନିଆ ଶିବିରରେ ୨୨ଜଣ ଖେଳାଳି ଯୋଗଦେଇଛନ୍ତି। ସେମାନଙ୍କ ମଧ୍ୟରେ ୧୦ ବାଳିକା ଖେଳାଳି ଅନ୍ତର୍ଭୁକ୍ତ। କୁନ୍ତଳା ଘୋଷ ଦସ୍ତିଦାର ଓ ମଧୁସୂଦନ ମଜୁମଦାର ଶିବିରରେ ତାଲିମ ପ୍ରଦାନ କରୁଛନ୍ତି। ପ୍ରଶିକ୍ଷାର୍ଥୀମାନଙ୍କୁ ଫୁଟ୍‌ବଲର ବିଭିନ୍ନ କୌଶଳ ବିଷୟରେ ତାଲିମ ଦିଆଯିବା ସହିତ ଅଭ୍ୟାସ ମ୍ୟାଚ୍‌ ଆୟୋଜନ କରାଯିବ। ଏହାଦ୍ବାରା ରାଜ୍ୟର କନିଷ୍ଠ ଖେଳାଳିଙ୍କ ମାନବୃଦ୍ଧି ହେବ ବୋଲି ଫାଓ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର