ପଞ୍ଚାୟତ ପୋଖରୀ ପୋତି ପ୍ଲଟିଂ ସ୍କିମକୁ ରାସ୍ତା , ଥାନାରେ ଅଭିଯୋଗ କଲେ ବିଡିଓ

ବାଲିଅନ୍ତା‌: ବାଲିଅନ୍ତା ବ୍ଲକ ସାନ ବଇଁଚୁଆ ଗ୍ରାମରେ ଦୁଇଜଣ ବ୍ୟକ୍ତି ହାଡ଼ପୋଖରୀ ନାମରେ ଥିବା ପଞ୍ଚାୟତ ପୋଖରୀ ପୋତି ସେଠାରେ ବେଆଇନ ଘର ନିର୍ମାଣ କରିବା ସହ ପ୍ଲଟିଂ ସ୍କିମକୁ ରାସ୍ତା ନେବାକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛିଛି। ପରିତ୍ୟକ୍ତ ଅବସ୍ଥାରେ ଥିବା ପଞ୍ଚାୟତ ପୋଖରୀ ମନରେଗା ଯୋଜନାରେ ପଙ୍କ ଉଦ୍ଧାର କରି ମାଛ ଚାଷ କରି ଗ୍ରାମ ପଞ୍ଚାୟତର ରୋଜଗାର ବଢ଼ାଇବାକୁ ସରକାରଙ୍କର ନିୟମ ଥିବା ବେଳେ ଏଠାରେ ହାଡ଼ପୋଖରୀ ପୋତାଯିବା ଘଟଣା କେଉଁ ନିୟମ ବୋଲି ଅଭିଯୋଗପତ୍ରରେ ଦର୍ଶାଇ ବିଡିଓ ଆଦିକନ୍ଦ ବେହେରାଙ୍କୁ ଜଣାଇଛନ୍ତି।

ଅଭିଯୋଗ ଗ୍ରହଣ କରି ବିଡିଓ ଶ୍ରୀ ବେହେରା ପୋଖରୀ ପୋତୁଥିବା ଅଭିଯୁକ୍ତ ବ୍ୟକ୍ତି ଦ୍ବୟଙ୍କ ବିରୋଧରେ ଆଜି ବାଲିଅନ୍ତା ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ବିଡିଓଙ୍କ ଅଭିଯୋଗ ଆଧାରରେ ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ଉଭୟ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର