ସଂଜ ହେଲେ ଗାଁ ଦାଣ୍ତରେ ଭାଲୁ! ଅଙ୍ଗାରୁଆ ଲୋକ ଭୟଭୀତ

ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ତ  ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ଗଁପୁର ପଞ୍ଚାୟତ ଅଙ୍ଗାରୁଆ ଗାଁରେ କିଛି ଦିନ ହେବ ସଂଜ ହେଲେ ଭାଲୁ  ଉତ୍ପାତ କରୁଥିବା ଦେଖିବାକୁ ମିଳିଛି । ଲୋକେ ସଂଜ ପରେ ଗାଁ ବାହାରକୁ ଯିବାକୁ ଭୟ କରୁଛନ୍ତି । ଗତ କିଛି ଦିନ ହେଲା ତିନୋଟି ଭାଲୁ ଖାଦ୍ଯ ଅନ୍ବେଷେଣରେ ଗାଁମୁହାଁ ହେଉଛନ୍ତି। ସଂଧ୍ୟା ପରେ ଲୋକଙ୍କ ବାଡିବଗିଚାରେ ଅବାଧରେ ପଶି ବରକୋଳି ସହ ବେଲ ଖାଉଥିବା ଦେଖିବାକୁ ମିଳୁଛି । ବିଶେଷକରି ଯେଉଁ ମାନଙ୍କ ବାଡିରେ ବରକୋଳି ଓ ବେଲ ଫଳିଛି, ସେହି ଘର ଲୋକେ ଏଥିରେ ଅଧିକ ଭୟଭୀତ ଅବସ୍ଥାରେ ଥିବା ଜଣା ପଡିଛି ।

ଭାଲୁକୁ ଦେଖି ଲୋକେ ହୋ ହାଲ୍ଲା କରୁଥିବାରୁ ଭାଲୁ ଗାଁଦାଣ୍ତରେ ଏଣେତେଣେ ଦୌଡି ଆତଙ୍କ ଖେଳାଉଛି । ଏଇ କିଛି ଦିନ ହେଲା ଅଙ୍ଗାରୁଆ ବ୍ରାହ୍ମଣ ଶାସନ ସାହିରେ ଭାଲୁର ଉତ୍ପାତ ବଢିଥିବା ଦେଖିବାକୁ ମିଳିଛି । କୌଣସି ଅଘଟଣ ଘଟିବା ପୂର୍ବରୁ ସ୍ଥାନୀୟ ବନବିଭାଗ ତରଫରୁ ଗ୍ରାମରେ କଡା ପହରା ଦେବା ସହ ବାଣ ଫୁଟାଇ ଭାଲୁ ପଲକୁ ଘଉଡାଇବା ତଥା ଲୋକଙ୍କୁ ସତର୍କ କରାଇବା ଜରୁରି ହୋଇପଡିଛି ।

ସମ୍ବନ୍ଧିତ ଖବର