ଆଜି ଦୀପାବଳି: ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ମା ଭଦ୍ରକାଳୀ

ଭଦ୍ରକ: ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଏଥରର ଦୀପାବଳିରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ବେଶ ଭିଡ଼ ପରିଲକ୍ଷିତ ହେଉଛି। ଏଠରେ ଆଜିଠାରୁ ମାଙ୍କର ସପ୍ତମାତୃକା ବେଶ ଆରମ୍ଭ ହୋଇଛି। ଆଜି ମା ଭଦ୍ରକାଳୀ ବେଦମାତା ବେଶରେ ଦର୍ଶନ ଦେଉଛନ୍ତି। ଏହି ବେଶରେ ମା ଭଦ୍ରକାଳୀ ହଂସ ଓ ପଦ୍ମ ବାହନରେ ବସିଛନ୍ତି। ତାଙ୍କ ହାତରେ ବେଦ ଓ କମଣ୍ଡଳୁ ରହିଥିବାର ଦେଖିବାକୁ ମିଳିଛି। ଏହି ପୀଠରେ ଆଜି ସ୍ବତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହେଉଛି। ଆସନ୍ତାକାଲି ମାଙ୍କୁ ମହାକାଳୀ ବେଶରେ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ।

ଏଠାକୁ କେବଳ ଭଦ୍ରକ ନୁହେଁ, ବରଂ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ଆସିଥିବା ଜଣାଯାଇଛି। ଶ୍ରଦ୍ଧାଳୁମାନେ କିପରି ଶୃଙ୍ଖଳିତ ଭାବେ ମା’ଙ୍କୁ ଦର୍ଶନ କରିବେ,ସର୍ବ ସାଧାରଣଙ୍କ ଦର୍ଶନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ କୋଭିଡ କଟକଣା ହେତୁ ଭଦ୍ରକାଳୀଙ୍କ ମନ୍ଦିରରେ ଏଭଳି ଦର୍ଶନରୁ ଗତ ଦୁଇ ବର୍ଷ ଧରି ବଞ୍ଚିତ ହୋଇଥିଲେ ଭକ୍ତ।

ସମ୍ବନ୍ଧିତ ଖବର