ଛାତ୍ରୀକୁ ଅପହରଣ ପରେ ହତ୍ୟା : ଥାନା ଦୁଆର ମୁହଁରେ ଶବ ରଖି ଧାରଣା, ଧରାପଡ଼ିଲା ଅଭିଯୁକ୍ତ

ତିହିଡ଼ି : ଭଦ୍ରକର ତିହିଡ଼ି ଅଞ୍ଚଳରେ ଜଣେ ଛାତ୍ରୀକୁ ଅପହରଣ ପରେ ହତ୍ୟା କରାଯାଇଛି। ଏହି ଘଟଣା ପ୍ରତିବାଦ ସହିତ ହତ୍ୟାକାରୀକୁ ଗିରଫ ଦାବିରେ ଶତାଧିକ ଲୋକ ଧାରଣାରେ ବସିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ଥାନା ସାମ୍‌ନାରେ ୨ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରିବାକୁ ପଡ଼ିଥିଲା। ଅଭିଯୁକ୍ତ ଗିରଫ ହେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଏହି ଛାତ୍ରୀ ହେଉଛନ୍ତି ତିହିଡ଼ି ଥାନା କାଁପଡା ପଞ୍ଚାୟତ ଅଧୀନ ଚିଲପଦାର ଗାଁର ରମେଶ ମଳିକଙ୍କ ଝିଅ ରମଣୀ। ସେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ଗତକାଲି ବଙ୍ଗାଳିପଦା ଗାଁର ଏକ କେନାଲ ହୁଡ଼ା ନିକଟରେ ଥିବା ଚାକୁଣ୍ଡା ଗଛରୁ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ପାରିପାର୍ଶ୍ୱିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା। ପୁଲିସ୍‌ ତଦନ୍ତ ପରେ ଜଣାପଡ଼ିଲା ଯେ ସ୍ଥାନୀୟ ଗାଁର ନୁଖୁରା ଦାସ, ସୁକୁରା ଦାସ, ଉମାକାନ୍ତ ଦାସ ଓ ଛୁଟି ପ୍ରମୁଖ ଯୋଜନାବଦ୍ଧ ଭାବେ ରମଣୀଙ୍କୁ ଘରୁ ଅପହରଣ କରି ନେଇ ହତ୍ୟା କରିଛନ୍ତି।

ଏହି ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକମାନେ ଥାନା ଘେରାଉ କରିଥିଲେ। ପୁଲିସ ତନାଘନା ତଦନ୍ତ କରି ଆରଡ଼ିରୁ ମୁଖ୍ୟ ଅଭିଯୁକ୍ତ ନୁଖୁରା ଦାସକୁ ଗିରଫ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର