ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ବାଇକ୍‌, ଚାଳକଙ୍କ ମୃତ୍ୟୁ

କୋରାପୁଟ: ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସାଡାମ ପଂଚାୟତ ଅନ୍ତର୍ଗତ ପରଜାରେଣୁ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମିଳାଶଙ୍କର ଗାଁର ବାଇକ ଆରୋହୀ ପୂର୍ଣ୍ଣ ପୂଜାରୀ (୪୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ସୂଚନା ଅନନୁସାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭:୪୫ ସମୟରେ ପୂର୍ଣ୍ଣ ନିଜ ବାଇକ( ଓଡ଼ି ୧୦ଏନ ୨୧୪୦) ଯୋଗେ ରେଣୁ ସାପ୍ତାହିକ ହାଟ ଠାରେ ଦୋକାନ ବସାଇବା ପାଇଁ ଏକ ଜାଗା ଦେଖିବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ପରଜାରେଣୁ ଗାଁ ନିକଟ ଡମୁଣିଝୋଲା ବ୍ରିଜଠାରେ ଭାରସାମ୍ୟ ହରାଇ ବାଇକ ସହ ବ୍ରିଜ ତଳକୁ ଖସି ପଡ଼ିଥିଲେ। ଫଳରେ ବ୍ରିଜ ତଳେ ଖସି ବାଇକରେ ପିଟିହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସଂପକରେ ଗ୍ରାମବାସୀ ପଟ୍ଟାଙ୍ଗି ପୁଲିସକୁ ଖବର ଦେଇଥିଲେ। ପଟ୍ଟାଙ୍ଗି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଏକ ଅପମୃତ୍ୟ ମାମଲା ରୁଜ୍ଜୁ କରିଥିଲା। ମୃତ ଶରୀରକୁ ପଟ୍ଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଆଜି ସକାଳେ ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା ।

ସମ୍ବନ୍ଧିତ ଖବର