ଖଡ଼ିଆଳ ବନାଞ୍ଚଳ ପକ୍ଷରୁ ପକ୍ଷୀ ଗଣନା

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଓ ସୁନାବେଡ଼ା ଅଭୟାରଣ୍ୟ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ରବିବାର ଦିନିକିଆ ପକ୍ଷୀ ଗଣନା କରାଯାଇଛି। ସକାଳ ୫ ଟାରୁ ବନଖଣ୍ଡ ଅଧିକାରୀ ବିବେକ କୁମାରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଖଡ଼ିଆଳସ୍ଥିତ ତିଖାଲି ଜଳଭଣ୍ଡାର, ବାଦୀ ଜଳଭଣ୍ଡାର, ତିରନପୁର ଓ ରାଣୀପୁର ଜଳଭଣ୍ଡାର, ସୁନ୍ଦର ଜଳଭଣ୍ଡାରକୁ ଯାଇ ପକ୍ଷୀ ଗଣନା କରିଥିଲେ। ୪୫ଟି ଟିମ୍‌ରେ ପ୍ରାୟ ୫ଶହ ବନ କର୍ମଚାରୀ ନିୟୋଜିତ ହୋଇଥିଲେ।

ଏହି ବର୍ଷ ୨୫ଟି ପ୍ରଜାତିର ପକ୍ଷୀମାନଙ୍କ ସମେତ ବିଦେଶୀ ପକ୍ଷୀ ମଧ୍ୟ ଆସିଥିବା ଅନୁମାନ କରାଯାଉଛି। ଗତବର୍ଷ ତୁଳନାରେ ଏହି ବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ବିଦେଶୀ ପକ୍ଷୀଙ୍କ ଆଗମନ କମ ରହିଛି ବୋଲି ବନ ବିଭାଗ ଏସିଏଫ ଓ ରେଞ୍ଜର ପ୍ରକାଶ କରିଛନ୍ତି। ଏହି ଗଣନାରେ ଖଡ଼ିଆଳ ବନ ବିଭାଗ ରେଞ୍ଜର ଷଡ଼ାନନ୍ଦ ସୁନାନୀ, ଏସିଏଫ ଜୟରାମ ଶବର, ଶିବରାମ ପଟେଲ, ବୀରେନ୍ଦ୍ର ମାଝୀ, ଲିଙ୍ଗରାଜ ଗହୀର, ରଞ୍ଜନ ସାହୁ, ତପସ୍ୱିନୀ ସାଗର, ମେଘନାଦ ମାଝୀ, ଡମ୍ବରୁଧର ମାଝୀ, ତରୁଣ ତେଜି, ଲିଙ୍ଗରାଜ ହଂସ, କ୍ଷମାନିଧି ଶବର, ପ୍ରସନ୍ନ ହଂସ, ମନୋଜ ମାଝୀ, ନରେଶ ଦଣ୍ଡସେନା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର