ରକ୍ତଦାନ କରି ଜୀବନ ବଞ୍ଚାଇଲେ ବିଜେପି ନେତା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଜେପି ନେତା ମାଣିକ ଚକ୍ରବର୍ତ୍ତୀ ଜଣେ ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ସହଯୋଗର ହାତ ବଢାଇଛନ୍ତି। ଆଜି ସକାଳେ ଶ୍ରୀ ଚକ୍ରବର୍ତ୍ତୀ ଶୁଣିବାକୁ ପାଇଲେ ଯେ ଚିତ୍ରକୋଣ୍ଡା ଅଂଚଳର ଜଣେ ଲିଭର ରୋଗୀଙ୍କୁ ତୁରନ୍ତ ରକ୍ତ ଦରକାର। ସେ ତୁରନ୍ତ ରକ୍ତଭଣ୍ଡାର ପହଞ୍ଚି ରୋଗୀଙ୍କୁ ରକ୍ତଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ରୋଗୀ ଜଣକ ହେଲେ ଚିତ୍ରକୋଣ୍ଡା ଅଂଚଳର ପ୍ରଦୀପ କୁମାର ବରାଳ। ପରିବାର ଲୋକ ତାଙ୍କ ପାଖରେ କେହି ନାହାନ୍ତି। ଲିଭର ରୋଗୀ ହୋଇଥିବାରୁ ତାଙ୍କୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।

ତେବେ ତାଙ୍କୁ ତୁରନ୍ତ ରକ୍ତ ଦେବା ପାଇଁ ଡାକ୍ତର ପରାମର୍ଶ ଦେବା ପରେ ସ୍ଥାନୀୟ ଲୋକେ ରକ୍ତ ପାଇଁ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ରକ୍ତ ଯୋଗାଡ ହୋଇପାରିନଥିଲା। ତେବେ ବିଜେପିର ଜିଲ୍ଲା ସାଧାରଣ ସଂପାଦକ ମାଣିକ ଚକ୍ରବର୍ତ୍ତୀ ତୁରନ୍ତ ଏହି ଖବର ପାଇ ରକ୍ତଦାନ କରିଥିଲେ। ତେବେ ନେତା ହେବ ତ ଏମିତି ବୋଲି ସାଧାରଣରେ ବେଶ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ଦରକାର ପଡିଲେ ନିଜର ରକ୍ତ ମଧ୍ୟ ଦେଇ ଲୋକଙ୍କ ଜୀବନ ବଞ୍ଚାଇବାରେ ନେତା ଆଗକୁ ଆସିବା ଦରକାର ବୋଲି ଲୋକଙ୍କ ମଧ୍ୟରେ ଶୁଣିବାକୁ ମିଳିଥିଲା |

ସମ୍ବନ୍ଧିତ ଖବର