ବାରିପଦା: ଅକ୍ଟୋବର ୧୧ର ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବିଭିନ୍ନ କ୍ୟାମ୍ପସରେ ଛାତ୍ର ଅଶାନ୍ତି ଦେଖାଦେଇଛି । ଗୁରୁବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ବାରିପଦା ମହାରାଜା ପୂର୍ଣ୍ଣ ଚନ୍ଦ୍ର ସ୍ୱୟଂଶାସିତ (ଏମ୍ପିସି) କଲେଜ କ୍ୟାମ୍ପସରେ ବୋମା ବିସ୍ଫୋରଣ ହୋଇଥିଲା। ଏନେଇ କଲେଜରେ ଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଭ୍ୟ, କ୍ୟାମ୍ପସରେ ଛାତ୍ର ଅଶାନ୍ତିକୁ ଦୃଷ୍ଟିରେ ରଖି ରାଜ୍ୟର ୩ଟି ବିଶ୍ୱବିଦ୍ୟାଳୟ ଓ ୧୨ଟି କଲେଜରେ ନିର୍ବାଚନ ବାତିଲ୍ କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୬୦୦ରୁ ଅଧିକ ଯୁକ୍ତ୩ କଲେଜ ଓ ୧୧ଟି ସରକାରୀ ବିଶ୍ୱବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ୬ଟି ବିଶ୍ୱବିଦ୍ୟାଳୟ ଓ ୨୮୩ଟି କଲେଜରେ ନିର୍ବାଚନ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରାରମ୍ଭିକ ସୂଚନା ଦିଆଯାଇଥିଲା।
ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଅଶାନ୍ତ ରହିଥିବାରୁ ସେଠାରେ ଚଳିତବର୍ଷ ନିର୍ବାଚନକୁ ବାତିଲ୍ କରାଯାଇଥିବା ବେଳେ ସମ୍ବଲପୁର ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏବଂ କଟକସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟ, ଭୁବନେଶ୍ୱରସ୍ଥିତ ୟୁନିଭରସିଟି ଲ’ କଲେଜ, ଖୋର୍ଧା ଜିଲ୍ଲାର ପ୍ରତାପ ଶାସନ ଡିଗ୍ରି କଲେଜ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର-କୁଶଳେଶ୍ୱର କଲେଜ, ବାଲେଶ୍ୱର ଜିଲ୍ଲାର ନୀଳଗିରି କେଲଜ, ଧାମନଗର କଲେଜରେ ଛାତ୍ର ଅଶାନ୍ତି ଲାଗିରହିବାରୁ ନିର୍ବାଚନ ବାତିଲ୍ ସହ ସାଇନ୍ ଡାଏ ଘୋଷଣା କରାଯାଇଥିଲା।