ବସ୍‌ ଧକ୍କାରେ ସାଇକଲ ଆରୋହୀ ଗୁରୁତର

କଣ୍ଟାମାଳ: ମନମୁଣ୍ଡା ଥାନା ଅନ୍ତର୍ଗତ ଖଟଖଟିଆ ମେଟାକାନି ମନ୍ଦିରରେ ଗୁରୁବାର ଏକ ବସ୍‌ ଧକ୍କାରେ ଅମ୍ବଗହଣା ଗାଁର କବି ମହାଲ୍ଲିକ (୨୩) ଗୁରୁତର ଆହତ ହୋଇଛନ୍ତି। କବି ସାଇକଲରେ ସୋନପୁର ଦିଗରୁ ନିଜ ଗାଁକୁ ଫେରୁଥିବା ବେଳେ ମନମୁଣ୍ଡା-କଣ୍ଟାମାଳ ୪୪ ନଂ ରାଜ୍ୟ ରାଜପଥର ଖଟଖଟିଆ ମେଟାକାନି ମନ୍ଦିର ପାଖରେ ସୋନପୁରରୁ କଣ୍ଟାମାଳ ଯାଉଥିବା ବୁଢ଼ୀମା’ ଯାତ୍ରୀବାହୀ ବସ୍‌ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ବସ୍‌ ଛାଡ଼ି ଡ୍ରାଇଭର୍‌ ଫେରାର୍‌ ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ମନମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ କବିଙ୍କୁ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପୁଲିସ ବସ୍‌ଟିକୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର