ସୋଲାର ଜଳ ପ୍ରକଳ୍ପ ଅଚଳ

କଣ୍ଟାମାଳ: ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢୁଥିବା ବେଳେ କଣ୍ଟାମାଳ ବ୍ଲକ ରେ ପାଣି ସମସ୍ୟା ଉତ୍କଟ ହେଲାଣି। ଓଭର ହେଡ ଟାଙ୍କି ଜଳ ଯୋଗାଣରେ ବିଫଳ ହେବା ପରେ ପଞ୍ଚାୟତର ବଡ଼ଛପାପାଲି ଗ୍ରାମରେ ସୋଲାର ଜଳ ପ୍ରକଳ୍ପ ସାହାଯ୍ୟରେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ୫ ହଜାର ଲିଟର କ୍ଷମତା ବିଶିଷ୍ଠ ଏକ ଟାଙ୍କି ମଧ୍ୟ ବ୍ୟବସ୍ଥା ହୋଇ ଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଆରମ୍ଭ ହେବାର ୬ମାସ ଚାଲିଲା ପରେ ଅକାମୀ ହୋଇପଡ଼ିଲା ଉକ୍ତ ସୋଲାର ପ୍ରକଳ୍ପ। ବିଭାଗ ପକ୍ଷରୁ ଏହାକୁ ମରାମତି କରାଯାଇ ଥିଲେ ମଧ୍ୟ ମୋଟରଟି ଚାଲୁ ନାହିଁ। ଅନ୍ୟ ପକ୍ଷରେ ଗାଁରେ ଅନେକ ନଳକୂଅ ରହିଥିଲେ ହେଁ ଖର ଜଳ ବାହାରୁଥିବାରୁ ତାହା ପାନୀୟ ଉଭଯୋଗୀ ହୋଇ ପାରୁ ନାହିଁ। ସମଗ୍ର ଗ୍ରାମବାସୀ ଏକମାତ୍ର ନଳକୂଅର ପାଣି ଉପରେ ନିର୍ଭର କରୁଛନ୍ତି। ତେଣୁ ଖରା ପ୍ରକୋପ ବଢ଼ିବା ଆଗରୁ ସୋଲାର ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର