ନାବାଳିକା ଅପହରଣ ମାମଲ: ଯୁବକ କୋର୍ଟ ଚାଲାଣ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳର ଜନୈକା ନାବାଳିକାକୁ  ଅପହରଣ ମାମଲାରେ ଚନ୍ଦାହାଣ୍ଡି ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଚନ୍ଦାହାଣ୍ଡି ଥାନା ଅଞ୍ଚଳର ଜୈନେକା ନାବାଳିକାକୁ କରାଡଙ୍ଗରି ଗ୍ରାମର ଜୈନେକ ଯୁବକ ଅପହରଣ କରି ନେଇଥିବା ନେଇ ନାବାଳିକାଙ୍କ ବାପା ଗତ ୧୯ ତାରିଖରେ ଚନ୍ଦାହାଣ୍ଡି ଥାନା ରେ ଲିଖିତ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ଚନ୍ଦାହାଣ୍ଡି ଥାନା କେସ ନମ୍ବର ୮୦/୨୧ ପ୍ରକାରେ ଆଇପିସିର ଧାରା ୩୬୩/୩୬୬/୩୭୬ ଓ ୬ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ଆଇଆଇସି ପରମାନନ୍ଦ ସୁନାନୀ ଏହାର ତଦନ୍ତ ଦାୟିତ୍ବ ଏସ ଆଇ ବିଜୁରାମ ବାଘ ଙ୍କୁ ଦେଇଥିଲେ। ଆଜି ପୁଲିସ କୌଣସି ସୂତ୍ରରୁ ଖବର ପାଇ  କରାଡଙ୍ଗରୀ ଗ୍ରାମର ଅଭିଯୁକ୍ତ କେଶରୀ ମାଝି (୨୪) ଙ୍କ ଘରେ ଚଢ଼ାଉ କରି ନାବାଳିକା କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ କେଶରୀ ମାଝୀକୁ ଗିରଫ କରିଥିଲେ।

ଆଜି ଉଭୟଙ୍କ ଡାକ୍ତରୀ ମାଇନା କରିବା ପରେ ନାବାଳିକାକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତକୁ  ନବରଙ୍ଗପୁର କୋର୍ଟକୁ ପ୍ରେରଣ କରାଯାଇଥିବା ବେଳେ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଥିବା ତଦନ୍ତ ଅଧିକାରୀ ବିଜୁରାମ ବାଘ ପ୍ରକାଶ କରିଛନ୍ତି। ସୂଚନାରୁ ପ୍ରକାଶ ଅଭିଯୁକ୍ତ କେଶରୀ ନାବାଳିକାକୁ ପ୍ରେମ ଜାଲରେ ଫସାଇ ବିବାହ ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।

ସମ୍ବନ୍ଧିତ ଖବର