ଅନ୍‌ଲାଇନ୍‌ ବେପାରରେ ନୂଆ ପଲିସି ଆଣ: କେଟ୍‌

ରାଉରକେଲା: ଅନ୍‌ଲାଇନ୍‌ ବେପାରରେ କୌଣସି କଟକଣା ନଥିବାରୁ ଦେଶର ବେପାରିମାନଙ୍କୁ କ୍ଷତି ସହିବାକୁ ପଡୁଛି। ଅନ୍ ଲାଇନ ବେପାର ଚାଲୁ ମାତ୍ର କିନ୍ତୁ ସରକାରଙ୍କ କଟକଣା ଭିତରେ। ଅନ୍‌ଲାଇନ ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାର ନୂଆ ପଲିସି ଆଣିବାର ଦରକାର। ଉଭୟ ଅନ୍‌ଲାଇନ ବେପାର ସଂସ୍ଥା ଓ ବେପାରି ସଂଘର ଉପଯୁକ୍ତ ସମନ୍ବୟ ରଖି ଏଭଳି ବ୍ୟବସ୍ଥା କରାଯାଉ। ଯା‌ହା ଦେଶର ବେପାରିଙ୍କୁ ଫାଇଦା ଦେବ। କାରଣ ବେପାରି ବିକାଶ ହେଲେ ଦେଶର ପ୍ରଗତି ହେବ। ଆଜି ବ୍ରାହ୍ମଣୀ କ୍ଲବ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସର୍ବଭାରତୀୟ ବେପାରି ସଂଘର ସାଧାରଣ ସମ୍ପାଦକ ପ୍ରବୀନ ଖଣ୍ଡେଲୱା। ସେ କହିଛନ୍ତି, ଅନ୍‌ ଲାଇନ ବେପାର ଯୋଗୁଁ ଦେଶର ଲକ୍ଷ ଲକ୍ଷ ବେପାରିଙ୍କୁ କ୍ଷତି ସହିବାକୁ ପଡୁଛି। ‌

ବିଶେଷ କରି ଛୋଟ , ମଧ୍ୟ ବେପାରି ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସେମିତି ଜିଏସ୍‌ଟି ବ୍ୟବସ୍ଥାର ସରଳୀକରଣ କରାଯାଉ ନଥିବାରୁ ବେପାରୀ ଅନେକ ସମୟରେ ନାନା ଅସୁବିଧାରେ ପଡୁଛନ୍ତି। ବର୍ଷ ବର୍ଷ ଧରି ଦେଶର ବେପାରିମାନଙ୍କ ହିତ ପାଇଁ ସର୍ବଭାରତୀୟ ବେପାରୀ ସଂଘ (କେଟ୍‌) ଆନ୍ଦୋଳନ ଜାରି ରଖିଛି। ଏ ସମସ୍ୟାକୁ ନେଇ କେଟ୍‌ର ପ୍ରତିନିଧି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଆଲୋଚନା ସକରାତ୍କମ ରହିଛି। ଆଲୋଚନାରେ ଦେଶର ଅଧିକରୁ ଅଧିକ ବେପାରିଙ୍କୁ ପଞ୍ଜିକୃତ କରି ଲାଇସେନ୍ସ ପ୍ରଦାନ କରିବା। ବିଭିନ୍ନ ପ୍ରକାର ଲାଇସେନ୍ସ ପରିବେର୍ତ୍ତ ଏକକ ଲାଇସେନ୍ସ ଦେବାକୁ ପ୍ରସ୍ତାବ ରଖାଯାଇଛି। ଆଗାମୀ ୨୩ ଓ ୨୪ ଦୁଇ ଦିନ ନୂଆଦିଲ୍ଳୀରେ ନୂଆ ପଲିସି, ଜିଟିଏସ୍‌ର ବ୍ୟବସ୍ଥାର ସରଳୀକରଣ ସଂକ୍ରାନ୍ତରେ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବୈଠକରେ ଦେଶ ବିଭିନ୍ନ ରାଜ୍ୟର ବେପାରି ପ୍ରତିନିଧିମାନେ ଯୋଗଦେବେ। ଆନ୍ଦୋଳନର ରୂପରେଖ ସଂକ୍ରାନ୍ତରେ ରଣନୀତି ପ୍ରସ୍ତୁତ ହେବ। ଉଭୟ କେନ୍ଦ୍ର ଓ ରାଜ୍ୟକୁ ବେପାରୀଙ୍କ ଦାବି ସଂକ୍ରାନ୍ତରେ ଅବଗତ କରାଯିବ। କେନ୍ଦ୍ର ଓ ରାଜ୍ୟ ଏ ଦିଗରେ ଦୃଷ୍ଟି ନ ଦେଲେ ସଂଘର ନିଷ୍ପତ୍ତିକ୍ରମେ ବେପାରି ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କେଟ୍‌ର ସୁବ୍ରତ ପଟ୍ଟନାୟକ, ବ୍ରିଜ ମୋହନ ଅଗ୍ରୱାଲ, ପି.ସି. ନାୟକ ସମେତ ସହରର ପ୍ରମୁଖ ବେପାରିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର