ଭଦ୍ରକ ରେଳ ଷ୍ଟେସନରୁ ଆନ୍ତଃରାଜ୍ୟ ଲୁଟେରା ଗିରଫ, ୯ଟି ମୋବାଇଲ୍ ଫୋନ୍ ଜବତ

ଭଦ୍ରକ : ଭଦ୍ରକ ରେଳ ଷ୍ଟେସନରୁ ଜଣେ ଅନ୍ତଃରାଜ୍ୟ ମୋବାଇଲ୍ ଲୁଟେରା ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଠାରୁ ୯ଟି ନାମିଦାମୀ ମୋବାଇଲ୍ ଫୋନ ଜବତ କରିଛି ରେଳବାଇ ପୁଲିସ । ସୂଚନା ଅନୁସାରେ, ଗତକାଲି ରାତିରେ ଭଦ୍ରକ ରେଳ ଷ୍ଟେସନରେ ଜଣେ ଯୁବକ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ବେଳେ ଆରପିଏଫ ପୁଲିସର ନଜରରେ ପଡ଼ିଥିଲା । ପରେ ଯୁବକ ଜଣକୁ ଆରପିଏଫ ଓ ଜିଆରପି ପଚରାଉଚୁରା କରି ଯାଞ୍ଚ କରିବାରୁ ୯ଟି ନାମିଦାମୀ ମୋବାଇଲ ଫୋନ ଜବତ ହୋଇଥିଲା ।

ଅଭିଯୁକ୍ତ ଜଣ ବହୁ ଦିନ ଧରି ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ଠାରୁ ମୋବାଇଲ୍ ଫୋନ ଚୋରି କରିଆସୁଥିଲା । ବିଶେଷ କରି କୋଲକାତା ଠାରୁ ଭଦ୍ରକ ଭିତରେ ଯାତ୍ରୀଙ୍କ ଠାରୁ ଛିନତାଇ କରି ଲୁଟୁଥିଲା ଲୁଟେରା । ଲୁଟେରା ଜଣକ ନାବାଳକ ହୋଇଥିବା ବେଳେ  ଘର ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲ୍ଲାର ବୋଲି ଜଣାପଡ଼ିଛି । ତେବେ ଅଭିଯୁକ୍ତ ଜଣଙ୍କୁ କୋର୍ଟ ଚାଲାଣ କରିବା ସହିତ ଆରପିଏଫ ଓ ଜିଆରପିପକ୍ଷରୁ ଏ ନେଇ ଅଧିକ ତଦନ୍ତ କରାଯାଉଥିବା କହିଛନ୍ତି ଇନ୍ସପେକ୍ଟର ବିକାଶ ରଞ୍ଜନ ସିଂହ ।

 

ସମ୍ବନ୍ଧିତ ଖବର