ଭଦ୍ରକରେ ସିଏଏ ଓ ଏନ୍‌ଆରସି ବିରୋଧୀ ଶୋଭାଯାତ୍ରା ଉପରେ କଟକଣା ଲଗାଇଲା ପୁଲିସ୍

ଭଦ୍ରକ: ଭଦ୍ରକ ମଦିନା ମୈଦାନଠାରେ ଦୀର୍ଘ ଏକ ମାସ ଧରି ସିଏଏ ଓ ଏନ୍‌ଆରସିକୁ ବରୋଧ କରି ସତ୍ୟାଗ୍ରହ ଚଳାଇ ଆସୁଥିବା ଆମେ ଭାରତବାସୀ ଓ ଅନ୍ୟ ସଂଗଠନ ପକ୍ଷରୁ ଆଜି ହେବାକୁ ଥିବା ପ୍ରତିବାଦ ଶୋଭାଯାତ୍ରାକୁ ପ୍ରଶାସନ ଅନୁମତି ଦେଇ ନାହିଁ।

ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବାର ସୂଚନା ପାଇବା ପରେ ବାଲେଶ୍ୱର ଆଇଜି ଦିପ୍ତେଶ ପଟ୍ଟନାୟକ ଭଦ୍ରକରେ ପହଞ୍ଚି ମୁସଲିମ ନେତାମାନଙ୍କ ସହ ଆଲୋଚନା କରି କୌଣସି ଶୋଭାଯାତ୍ରା ବା କୌଣସି ରାଲି ନ କରିବା ପାଇଁ କହିଥିଲେ ।

ଏହା ସତ୍ତ୍ୱେ ଆଜି ପୁରୁଣା ବଜାର ଅଞ୍ଚଳରେ ଶୋଭାଯାତ୍ରା ଓ ସଭା ହେବା ପାଇଁ ମାଇକ ଯୋଗେ ପ୍ରଚାର ଚାଲୁଥିବା ବେଳେ ଭଦ୍ରକ ପୁଲିସ ପହଞ୍ଚି ଏହାକୁ ବନ୍ଦ କରିବା ସହ ୫ ପ୍ଲାଟୁନ ପୁଲିସ ମୁତୟନ ହେବା ସହ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ସେହିପରି ଏହି କାର୍ଯ୍ୟକ୍ରମରେ ଦିଲ୍ଲୀର ଜେଏନ୍‌ୟୁ ବିଶ୍ୱବିଦ୍ୟାଳୟରୁ ଛାତ୍ର ନେତାମାନେ ଭଦ୍ରକ ଆସିବାକୁ ଥିବାବେଳେ ଭଦ୍ରକ ପୁଲିସ ସେମାନଙ୍କ ଗସ୍ତ ଉପରେ ରୋକ ଲଗାଇଛି । ସେପଟେ କୌଣସି ପରିସ୍ଥିତିରେ ଶୋଭାଯାତ୍ରାକୁ ଅନୁମତି ଦିଆ ନ ଯିବା ସହ ସୋସିଆଲ ମିଡିଆରେ କୌଣସି ଆପତ୍ତି ଜନକ ପୋଷ୍ଟ କରାଗଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଲେଶ୍ୱର ଆଇଜି ଦିପ୍ତେଶ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର