ନିଆଁରେ ପୋଡି ବାଳକ ଏବେ ଦିବ୍ୟାଙ୍ଗ

ମାଲକାନଗିରି: ବିଦ୍ରା ମାଡକାମୀ। ବୟସ ୧୧ ବର୍ଷ। ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ମାରିଵାଡା ପଞ୍ଚାୟତର ନାମେଲଗୁଡା ଗ୍ରାମରେ ଘର। ବାପା ଦେବା ମାଡକାମୀ ଜଣେ କ୍ଷୁଦ୍ର ଚାଷୀ। ମାଆ କୋସେ ମାଡକାମୀ ଗତ ଦୁଇ ଦିନ ତଳେ ସାପ କାମୁଡାରେ ମୃତ୍ୟୁବରଣ କରିଛନ୍ତି।

ବୁଦ୍ରା ପିଲା ବେଳେ ଡିଆଁଡେଇଁ କରିବା ସହ ଖେଳକୁଦ କରୁଥିଲା। ତେବେ ହଠାତ୍ ଦିନେ ନିଆଁ ପାଖେ ବସି ଖେଳୁଥିବା ବେଳେ ସେ ପୋଡି ଯାଇଥିଲା। ଯାହାଫଳରେ ସେ ତାର ଡାହାଣ ହାତକୁ ସଂପୂର୍ଣ୍ଣ ହରାଇବା ସହ ଡାହାଣ ଗୋଡକୁ ମଧ୍ୟ ହରାଇଛି। ଡାହାଣ ଗୋଡ ଏବେ ଅକାମୀ ହୋଇଯାଇଛି। ନିଆଁରେ ପୋଡିବାର ଡାହାଣ ଗୋଡର ମାଂସ ଚାପି ହୋଇଯାଇଛି।

ଯାହାଫଳରେର ସେ ଗୋଟିଏ ଗୋଡରେ ହିଁ ଚଲାବୁଲା କରୁଛି। ଏବେ ବୁଦ୍ରା ମାଆ ଛେଉଣ୍ଡ ହୋଇଯାଇଛି। ଭିନ୍ନକ୍ଷମ ଭତ୍ତା ମିଳୁଥିଲେ ମଧ୍ୟ ତାର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ବଡ ଡାକ୍ତରଖାନାରେ ଚିକିତ୍ସିତ ହେଲେ ସେ ଭଲ ହୋଇଯିବ ବୋଲି ଡାକ୍ତର କହନ୍ତି। ତେଣୁ କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସରକାରଙ୍କର ସହଯୋଗ ହେଲେ ସେ ପୁଣି ଚାଲି ପାରିବ ବୋଲି କୁହାଯାଇଛି। ତେବେ ବୁଦ୍ରା ଏବେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଆଗକୁ ମଧ୍ୟ ପଢିବାକୁ ଇଛା ପ୍ରକଟ କରିଛି। କିନ୍ତୁ ପରିବାରରେ ଅଭାବ ଅନାଟନ ଲାଗି ରହିଥିବାରୁ ସେ ଆଗକୁ ପାଠ ପଢି ପାରିବ କି ନାହଁ ଚିନ୍ତାରେ ପଡିଛି। ତେଣୁ ସରକାରଙ୍କର ସହଯୋଗ ହେଲେ ସେ ଆଗକୁ ପାଠ ପଢିବ ବୋଲି କହିଛି।

ସମ୍ବନ୍ଧିତ ଖବର