କୋବ୍ରା ଯବାନଙ୍କ ଆତ୍ମହତ୍ୟା, ପୁଲିସର ତଦନ୍ତ ଜାରି

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ବୁର୍କାପାଲ ଠାରେ ଅବସ୍ଥାପିତ ସିଆରପିଏଫର ୨୦୬ କୋବ୍ରା ବାଟାଲିୟନର ଜଣେ ଇନସପେକ୍ଟର ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନାଅନୁଯାୟୀ, ଗତକାଲି ରାତିରେ କୌଣସି କାରଣକୁ ନେଇ କୋବ୍ରା ବାଟାଲିୟନର ଇନସପେକ୍ଟର ଶ୍ରୀ ଵାଲାଙ୍ଗ ଆତ୍ମହତ୍ୟା କରିଥିଲେ। ତେବେ ଏନେଇ ସାଥୀ ଯବାନ ଜାଣିବା ପରେ ତୁରନ୍ତ ମେଡିକାଲ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ସକାଳେ ଜିଲ୍ଲା କାର୍ଯ୍ୟାଳୟକୁ ମୃତ ଦେହକୁ ଆଣି ଶବ ବ୍ୟବଛେଦ କରାଯାଇଥିଲା। ଚିନ୍ତାଗୁମ୍ଫା ପୁଲିସ ଏନେଇ ତଦନ୍ତ କରୁଥିବା କହିଛି। ଶ୍ରୀ ଵାଲାଙ୍ଗ ଘର ନାଗାଲାଣ୍ଡ ହୋଇଥିବାରୁ ବ୍ୟବଛେଦ ପରେ ଆଜି ତାଙ୍କର ପୈତୃକ ଗ୍ରାମକୁ ଶବକୁ ହେଲିକପ୍ଟର ଯୋଗେ ପଠାଯାଇଥିବା କୁହାଯାଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସମ୍ବନ୍ଧିତ ଖବର