ଅଖିଳ ଭାରତୀୟ ଆଥଲେଟିକ୍‌ ଚାମ୍ପିୟନସିପ୍‌: ଆର୍‌ପିଏଫ୍‌ କନେଷ୍ଟବଳ ପ୍ରିୟଙ୍କାଙ୍କୁ କାଂସ୍ୟ

ରାଉରକେଲା: ମୁମ୍ବାଇରେ ଚାଲୁଥିବା ୨୮ତମ ଅଖିଳ ଭାରତୀୟ ଚାମ୍ପିୟନ୍‌ସିପ୍‌ରେ ଚକ୍ରଧରପୁର ସ୍ବର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରିଛି। ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ରାଉରକେଲାର ଆର୍‌ପିଏଫ୍‌ କନେଷ୍ଟବଳ ପ୍ରିୟଙ୍କା ରାଉତ ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କରି କାଂସ୍ୟ ପଦକ ହାସଲ କରିଛନ୍ତି। ପ୍ରିୟଙ୍କା ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଭଦ୍ରେଶ୍ବର ସହରର। ସେ ରାଉରକେଲା ଆର୍‌ପିଏଫ୍‌ ପୋଷ୍ଟରେ କାର୍ଯ୍ୟରତ। ଚକ୍ରଧରପୁରର ପ୍ରଗତି ଶର୍ମା ୨୦୦ ମିଟର ଦୌଡରେ ପ୍ରଥମ ସ୍ଥାନ ହାସଲ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମଧ୍ୟ ରେଳବାଇ ମୁମ୍ବାଇ ପକ୍ଷରୁ ରେଳ ସୁରକ୍ଷା ବଳର ୨୮ତମ ଅଖିଳ ଭାରତୀୟ ଆର୍‌ପିଏଫ୍‌ ଆଥଲେଟିକ୍‌ ଚାମ୍ପିୟନ୍‌ସିପ୍‌ ଆୟୋଜନ କରାଯାଇଛି। ଦେଶର ୧୬ ବିଭିନ୍ନ ରେଳ ଜୋନ୍ ଓ ରେଳ ସୁରକ୍ଷା ବିଶେଷ ବଳ ୩୧୮ ଆର୍‌ପିଏପ୍‌ ଯବାନ ଭାଗ ନେଇଥିଲେ। ଯେଉଁମାନଙ୍କ ମଧ୍ୟରେ ୨୧୨ ପୁରୁଷ ୧୦୬ ମହିଳା ଆର୍‌ପିଏଫ୍‌ ଯବାନ ଅଛନ୍ତି।

ସମ୍ବନ୍ଧିତ ଖବର