ଫ୍ୟାମିଲି କୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ ଅନୁଭବ ଓ ବର୍ଷା

କଟକ: ଫ୍ୟାମିଲି କୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ ଅନୁଭବ ଓ ବର୍ଷା। ବିବାହ ବିଛେଦ ମାମଲାରେ ଦୁହେଁ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ତେବେ ଆଜି ମଧ୍ୟ ଦୁହିଁଙ୍କ ମାମଲାରେ କୌଣସି ଚୁଡାନ୍ତ ସମାଧାନ ହୋଇ ପାରିନାହିଁ।

 

ଆସନ୍ତା ୧୪ରେ ଉଭୟଙ୍କୁ ପୁଣି ଥରେ ହାଜର ହେବାକୁ କୋର୍ଟଙ୍କ ନିର୍ଦେଶ ରହିଛି। ମାମଲା ସମ୍ପର୍କରେ ଉଭୟ ଆଜି ଗଣମାଧ୍ୟମକୁ କିଛି କହି ନାହାଁନ୍ତି। ସେହିଭଳି ଗତକାଲି ପୁରୀଘାଟ ଥାନାରେ ଅନୁଭବ ବର୍ଷାଙ୍କ ବିରୋଧରେ ଏତଲା ଦେଇଛନ୍ତି। ଅଭିଯୋଗରେ କହିଛନ୍ତି ଯେ, ମୋ ଘରେ ରହି ମୋ ବିରୁଦ୍ଧରେ ସଡ଼ଯନ୍ତ୍ର କରୁଥିବା ନେଇ ଅଭିଯୋଗରେ ଉଲ୍ଲେଖ କରୁଛନ୍ତି। ଏହାସହ କିଛି ସିସିଟିଭି ଫୁଟେଜକୁ ମଧ୍ୟ ନଜର ଦେବାକୁ କହିଛନ୍ତି। ଯେଉଁଥିରେ ବର୍ଷା କିଭଳି ତାଙ୍କ ବିରୁଦ୍ଧରେ ଅନ୍ୟମାନଙ୍କ ସହ ଆଲୋଚନା କରୁଛନ୍ତି ତାହା ସ୍ପଷ୍ଟ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର