କଟକରେ ‘ବିପଦର ବନ୍ଧୁ’ ଅଭିଯାନରୁ ସଂଗ୍ରହ ହେଲା ୭୮୬ ୟୁନିଟ୍ ରକ୍ତ

ଟ୍ରେନ୍‌ ଦୁର୍ଘଟଣା ଆହତଙ୍କ ସହାୟତା ପାଇଁ ଅଭିନବ ପ୍ରୟାସ

କଟକ: ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଆହତଙ୍କ ସହାୟତା ପାଇଁ ‘ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ କଟକର ବିଭିନ୍ନ ସଂଗଠନ ସହାୟତାରେ ରକ୍ତଦାନ ଶିବିର ଆୟୋଜିତ ‌ହୋଇଥିଲା। ଏସବୁ ଶିବିରରୁ‌ ରେକର୍ଡ ସଂଖ୍ୟକ ୭୮୬ୟୁନିଟ୍ ରକ୍ତସଂଗ୍ରହ କରାଯାଇଛି। ‘ଜୟ ଜଗନ୍ନାଥ ‌ସେବା ସମିତି ଟ୍ରଷ୍ଟ ଓ ‘କ୍ରୀଷ୍ଣମୂର୍ତ୍ତି ୱାର୍ଲଡ୍‌ ସ୍କୁଲ ପକ୍ଷରୁ ବାରବାଟୀ ଷ୍ଟାଡିୟମ୍‌ସ୍ଥିତ ସଚିନ୍ ତେନ୍ଦୁଲକର ଇନ୍‌ଡୋର୍‌ ହଲ୍‌ରେ ଏକ ବିଶାଳ ଶିବିର ଆୟୋଜିତ ହୋଇଥିଲା। ସେଣ୍ଟ ଜାଭିୟର୍ସ ହାଇସ୍କୁଲ ନିର୍ଦ୍ଦେଶକ ଡକ୍ଟର ପ୍ରଭୁଚରଣ ମହାନ୍ତି ରକ୍ତଦାନ ଶିବିର ଉଦ୍‌ଘାଟନ କରିଥିଲେ।

ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ସଭାପତି ମନୋଜ ପଣ୍ଡା ଓ ସଂପାଦକ ଶଶାଙ୍କ ଶେଖର ଦାଶଙ୍କ ନେତୃତ୍ବରେ ଆୟୋଜିତ ଶିବିରରେ ସମ୍ମାନିତ ଅତିଥି ଭାବେ ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ‌ ମୋକିମ୍, ଚୌଦ୍ବାର-କଟକ ବିଧାୟକ ସୌଭିକ୍ ବିଶ୍ବାଳ, ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ମହାନଗର ପୂଜା କମିଟି ସଂପାଦକ ପ୍ରଭାତ କୁମାର ତ୍ରିପାଠୀ, ସାଂସଦ ଅନୁଭବ ମହାନ୍ତି, ‘ସମ୍ବାଦ କଟକ ସଂସ୍କରଣ ମୁଖ୍ୟ କୃଷ୍ଣପ୍ରସାଦ ଦାସ, ରାଜ୍ୟ ନିରାମୟ ଉପଦେଷ୍ଟା ଡକ୍ଟର ରଂଜନ ବିଶ୍ବାଳ, ବିଜେପି ନେତା ନୟନ କିଶୋର ମହାନ୍ତି, ଅଭି‌ନେତା କୁନା ତ୍ରିପାଠୀ, ପ୍ରିଲୁଡ୍‌ ପ୍ରତିଷ୍ଠାତା ସାନୁ ରଥ, ଏସିପି ଅମିତାଭ ମହାପାତ୍ର, ସଂଗୀତ ନିର୍ଦ୍ଦେଶକ ବିଷ୍ଣୁ ମୋହନ କବି, ଅଭିନେତା ସତ୍ୟଜିତ ପ୍ରଧାନ, ସମାଜସେବୀ ଜି. ଅନୀଲ୍‌ କୁମାର, ରେଡକ୍ରସ୍‌ ରକ୍ତଭଣ୍ଡାର ନିର୍ଦ୍ଦେଶକ ଚନ୍ଦ୍ରିକା ପ୍ରସାଦ ଦାସ, ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ପ୍ରମୁଖ ରକ୍ତଦାତାଙ୍କୁ ଉତ୍ସ‌ାହିତ କରିଥିଲେ। ‘ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ସୁଶାନ୍ତ କୁମାର ସ୍ବାଇଁ, ଜ୍ଞାନରଞ୍ଜନ ରାଉତରାୟ, ସୀମନ୍ତିକା ନନ୍ଦ, ଜ୍ୟୋତିପ୍ରକାଶ ମହାପାତ୍ର, କେ. ଯୋଗାନନ୍ଦ, ଜୟ ଜଗନ୍ନାଥ ସେବା ସମିତି ଉପଦେଷ୍ଟା କ୍ଷୀରୋଦ କୁମାର ସାହୁ, ହରିହର ସେନ୍, ମନୋଜ ଦାସ, ସୁକାନ୍ତ ଦାସ ଏହି ଶିବିର ପରିଚାଳନାରେ ସହାୟତା କରିଥି‌ଲେ। ଏହି ଶିବିରରୁ ମୋଟ ୬୦୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ‌

ସେହିପରି ସ୍ବପ୍ନ ଫାଉଣ୍ଡେସନ୍‌ ପକ୍ଷରୁ ଚୌଦ୍ବାରରେ ଆୟୋଜିତ ରକ୍ତଦାନ ଶିବିରରୁ ୧୮୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଚୌଦ୍ବାର ବିରାଟ ବଜାର ପୂଜା କମିଟି ସଭାପତି ପ୍ରଶାନ୍ତ ବରାଳ, ସଂପାଦକ ଅଶୋକ ମାଝି, ଉପଦେଷ୍ଟା ଉଦ୍ଧବ ଚରଣ ବରାଳ, ଅଭୟ ଚରଣ ମହାନ୍ତି, ଚୌଦ୍ବାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି, ସ୍ବପ୍ନ ଫାଉଣ୍ଡେସନ୍‌ ସଭାପତି ସୁଧାଂଶୁ ପାତ୍ର, ‘ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ସୌମ୍ୟରଞ୍ଜନ ପାତ୍ର ଓ ସ୍ବାଧୀନ ଦାସ ଅତିଥି ଭାବେ ଯୋଗ‌ ଦେଇଥିଲେ।

ସମ୍ବନ୍ଧିତ ଖବର