ଘର ଆଖପାଖ ଅସଜଡ଼ା, ସହର ସଜାଡ଼ିବେ କ’ଣ? ବାରବାଟୀ-କଟକ ବିଧାୟକଙ୍କ ସାହି….

କଟକ: କଟକ ସହରର ସ୍ଥିତି ସଂଗିନ। ସିଏ ରାସ୍ତାଘାଟ ହେଉ କି ନାଳନଦ୍ଦର୍ମା, ପରିମଳ ଅବସ୍ଥା। କେହି ଯେମିତି ଏଠି ଦେଖିବାକୁ ନାହିଁ। ଯେଉଁଠି କଟକର ଜନ ପ୍ରତିନିଧି, କଟକର ଦାୟିତ୍ବରେ ଥିବା ବରିଷ୍ଠ ଅଧିକାରୀ ରହୁଛନ୍ତି, ସେହି ସବୁ ଅଞ୍ଚଳର ସ୍ଥିତି ବି ଅତ୍ୟନ୍ତ ସଂଗିନ। ନିଜ ଘର ପାଖଆଖ ଅଞ୍ଚଳକୁ ସଜାଡ଼ି ପାରୁ ନଥିବା ଲୋକ ପ୍ରତିନିଧି, ଅଧିକାରୀ ସହର ସଜାଡ଼ିବେ କ’ଣ? ଏ ସ୍ଥିତି ଏବେ କଟକ ସହରବାସୀଙ୍କୁ ବ୍ୟଥିତ କରୁଛି। କେବେ ଲୋକପ୍ରତିନିଧି ଆଉ ଅଧିକାରୀ ଚେଇଁବେ, ଆଉ କଟକ ସହର ସ୍ଥିତି ସୁଧୁରିବ, ତାହାକୁ ନେଇ ସବୁ ମହଲରେ ପ୍ରଶ୍ନ ଉଠୁଛି।

ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ ସେଲ୍ଟର ଛକ, ସୈଦାନୀ ବଗିଚା ଅଞ୍ଚଳରେ ରହୁଥିବା ବେଳେ ତାଙ୍କ ଘର ଆଖପାଖ ଅଞ୍ଚଳରେ କେଉଁଠି ରାସ୍ତାସାରା ଖାଲଖମା ତ କେଉଁଠି ରାସ୍ତାରେ ନର୍ଦ୍ଦମା ପାଣି ଜମି ରହୁଛି। ଡ୍ରେନ୍ ଆଦୌ ସଫା ହେଉନି। ରାସ୍ତା ଉପରେ ଆବର୍ଜନା ଗଦା ହୋଇ ରହିଛି। ‌ପ୍ରମୁଖ ବ୍ୟକ୍ତି ରହୁଥିବା ଅଞ୍ଚଳରେ ଡ୍ରେନ୍ ଉପରେ ସ୍ଲାବ୍ ବି ନାହିଁ। ଏଭଳି ସ୍ଥିତି ଲୋକଲୋଚନକୁ ଆଣି ଜନ ପ୍ରତିନିଧି ଆଉ ଅଧିକାରୀମାନଙ୍କୁ ସଜାଗ ଆଉ ସତର୍କ କରିବାକୁ ‘ସମ୍ବାଦ’ର ଏହି ପ୍ରୟାସ।

ସମ୍ବନ୍ଧିତ ଖବର