ଏସ୍‌ସିବି ଏମ୍ସ ପ୍ଲସ୍‌ ଯୋଜନା: ନିଯୁକ୍ତ ହେବେ ନିର୍ଦ୍ଦେଶକ; ସରକାରଙ୍କୁ କରାଯାଇଛି ସୁପାରିଶ

କଟକ: ଏସ୍‌ସିବି ହେବ ବିଶ୍ବସ୍ତରୀୟ। ବଦଳିବ ସ୍ବାସ୍ଥ୍ୟ ରାଜଧାନୀ କଟକର ଚେହେରା। ଏସ୍‌ସିବି ନବକଳେବର ଯୋଜନାରେ କେବଳ କୋଠାବାଡି ହେବ, ତା’ ନୁହେଁ। ତା’ ସହିତ ପ୍ରଶାସନିକ ବ୍ୟବସ୍ଥାର ମଧ୍ୟ ନବକଳେବର ହେବାର ଯୋଜନା ରହିଛି। ଏସ୍‌ସିବି ଏମ୍‌ସ ପ୍ଲସ୍‌ ଯୋଜନାରେ ନୂଆ ସୃଷ୍ଟି ହେବ ନିର୍ଦ୍ଦେଶକ ପଦବି। ଡିନ୍‌, ଅଧୀକ୍ଷକ ନିର୍ଦ୍ଦେଶକଙ୍କ ଅଧୀନରେ ରହିବେ। ଯେହେତୁ ଆଗକୁ ଏହି ଯୋଜନା ଫଳରେ ଭିଜିଟିଙ୍ଗ ପ୍ରଫେସର, ତଥା ବିଭିନ୍ନ ବଡ ବଡ ପ୍ରଫେସର ସବୁ ଆସିବେ, ତାର ଯୋଗାଯୋଗ, କାର୍ଯ୍ୟର ତଦାରଖ ପାଇଁ ଜଣେ ନିର୍ଦ୍ଦେଶକ ରହିବେ। କେବଳ ନିର୍ଦ୍ଦେଶକ ନୁହେଁ ତା’ ସହିତ ଅନ୍ୟାନ୍ୟ ନୂତନ ପଦ ପାଇଁ ସରକାରଙ୍କ ପାଖକୁ ସୁପାରିଶ କରାଯାଇଛି।

କିନ୍ତୁ ସରକାରୀ ସ୍ତରରେ ଏନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନଥିବା ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏ ସଂପର୍କରେ ଏସ୍‌ସିବି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରାଙ୍କୁ ଯୋଗାଯୋଗ କରିବାରୁ ନିର୍ଦ୍ଦେଶକ ରହିବେ ସେ ଯୋଜନା ରହିଛି। ସରକାରୀ ସ୍ତରରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର