ରସିକିଆ କଳା ଶିକ୍ଷକ ! ୧୦ ବର୍ଷରେ ୪ ଯୁବତୀଙ୍କୁ କରିଥି‌ଲେ ବିବାହ, ପତ୍ନୀଙ୍କ ଏତଲା ପରେ ଧରିଲା ପୁଲିସ

କଟକ: କଟକରେ କଳା ଶିକ୍ଷକଙ୍କ କଳା କାରନାମା ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ, ଦଶ ବର୍ଷରେ ୪ ଯୁବତୀଙ୍କୁ ବିବାହ କରିଛନ୍ତି କଳା ଶିକ୍ଷକ । ପ୍ରଥମ ଓ ଚତୁର୍ଥ ପତ୍ନୀ ଏ ବାବତରେ ମହିଳା ଥାନାରେ ଏତଲା ଦେବା ପରେ ଉକ୍ତ ଶିକ୍ଷକଙ୍କୁ ଉଠାଇ ଆଣି ଜେରା କରୁଛି ପୁଲିସ।

ସୂଚନା ଅନୁଯାୟୀ,ସାଲେପୁର ଅଞ୍ଚଳର ଏକ ସ୍କୁଲରେ କଳା ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା କୃଷ୍ଣଚନ୍ଦ୍ର ନାୟକ ଗତ ଦଶ ବର୍ଷ ମଧ୍ୟରେ ୪ ଯୁବତୀଙ୍କୁ ବିବାହ କରିଛନ୍ତି। ୨୦୦୧ ମସିହାରେ କଟକ ରାଉସାପାଟଣା ଅଞ୍ଚଳର ଯୁବତୀଙ୍କୁ ପ୍ରଥମ ବିବାହ କରିଥିଲେ। ପରେ ୨୦୦୮ ମସିହାରେ ଲୁଚାଛପାରେ ଦ୍ବିତୀୟ ବିବାହ ଓ ୨୦୨୦ ମସିହା ଲକ୍‌ଡ଼ାଉନ ସମୟରେ ତୃତୀୟ ଓ ଚତୁର୍ଥ ବିବାହ କରିଥିଲେ। ପ୍ରଥମ ଏବଂ ତୃତୀୟ ପତ୍ନୀ ସ୍ବାମୀଙ୍କର ଅନ୍ୟ ବିବାହ ସମ୍ପର୍କରେ ଜାଣିବା ପରେ ମହିଳା ଥାନା‌ରେ ସ୍ବାମୀଙ୍କ ବିରୋଧରେ ଏତଲା ଦେଇଥି‌ଲେ। ପରେ ଚତୁର୍ଥ ପତ୍ନୀଙ୍କ ପାଖେ ରହୁଥିବା ଶିକ୍ଷକଙ୍କୁ ମହିଳା ଥାନା ପୁଲିସ ଉଠାଇ ଆଣି ଜେରା କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର