ଏସସିବି ଏମ୍ସ ପ୍ଲସ ନିର୍ମାଣସ୍ଥଳରେ ଯୁବକଙ୍କ ଆତ୍ମହତ୍ୟା

କଟକ: ଏସସିବି ଏମ୍ସ ପ୍ଲସ ନିର୍ମାଣସ୍ଥଳରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି। ନିର୍ମାଣାଧୀନ କୋଠାରେ ଦଉଡ଼ି ଦେଇ ଶ୍ରିମକ ଜଣକ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ପୁଲିସ।

ମୃତକ ଢେଙ୍କାନାଳ ଅଂଚଳର କ୍ଷୀରୋଦ ଚନ୍ଦ୍ର ମହାନ୍ତି ହୋଇଥିବା ବେଳେ ଏଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ତେବେ ସଠିକ ତଦନ୍ତ ଦାବି କରିବା ସହ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ମଙ୍ଗଳାବାଗ ଥାନା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର