ସୁନ୍ଦରଗଡ଼ରେ ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ଆଜି ସକାଳ ୯ଟାରେ ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେ କଡରେ ଥିବା ହୋଟେଲ ଇବ୍‌ଭ୍ୟାଲିର ୧୦୬ ନମ୍ଵର ରୁମରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଅଭିନନ୍ଦନ ରାୟ ଚୌଧୁରୀ (୩୫)। ଘର କୋଲକାତା ଟୋଲିଗଞ୍ଜ ଵୋଲି କୁହାଯାଉଛି। ଵୁଧଵାର ସନ୍ଧ୍ୟାରେ ଯୁବକ ଜଣକ ଏକ ଏଭେଞ୍ଜର ( ଡବ୍ଲୁଵି ୨୦ ଏପି ୧୧୪୦)ରେ ଆସି ହୋଟେଲ ଇବ୍‌ଭ୍ୟାଲିରେ ଖାଇଥିଲେ। ପରେ ୧୦୬ ନମ୍ଵର ରୁମ୍ ଵୁକ୍ କରି ରାତ୍ରିଯାପନ କରିଥିଲେ। ସକାଳ ୯ଟା ପରେ ଵି ସେ ନ ଉଠିବାରୁ ହୋଟେଲ ଵୟ ତାଙ୍କୁ ଉଠାଇଵାକୁ ରୁମକୁ ଯାଇଥିଲେ। କିନ୍ତୁ ସେତେଵେଳକୁ ତାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଥିଲା। ହୋଟେଲ ମାଲିକ ଟାଉନଥାନାକୁ ସୂଚନା ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶଵକୁ ଉଦ୍ଧାର କରିଵା ସହ ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ ଜଣା ପଡିନାହିଁ। କୌଣସି ବ୍ୟବସାୟିକ କାମରେ ସେ ସୁନ୍ଦରଗଡ଼ ଆସିଥିଲେ ଵୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର