ପୋଖରୀରୁ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଚାନ୍ଦବାଲି: ପୋଖରୀରୁ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣାକୁ ପରିବାର ଲୋକେ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଂଶଡା ଥାନା ଅନ୍ତର୍ଗତ ଗଙ୍ଗାଧରପୁର ଗାଁର ଇଞ୍ଜିନିୟର ଛାତ୍ର ସୌମ୍ୟରଞ୍ଜନ ଦାସ ଗତ ୩ ତାରିଖ ସାଙ୍ଗ ମାନଙ୍କ ସହିତ ଭୋଜି ଖାଇବାକୁ ଯାଇଥିବା ବେଳେ ରାତିରେ ଘରକୁ ଫେରି ନଥିଲେ। ତାପରଦିନ ସୌମ୍ୟରଞ୍ଜନଙ୍କର ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଥିଲା।

ତେବେ ଏନେଇ ପରିବାର ଅକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା ବେଳେ ଶବ ଜବତ କରି ବ୍ୟବଛେଦ କରାଯାଇଛି। ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟଣା ୩ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହାତ ଖାଲି ରହିଛି। କେବଳ ମୃତ ଯୁବକର ସାଙ୍ଗମାନଙ୍କୁ ପଚରା ଉଚରା ପରେ ଛାଡିଦେଇଥିବା ଜଣାପଡିଛି।

ଏନେଇ ପରିବାର ପକ୍ଷରୁ ଆଜି ଏକ ସାମ୍ବାଦିକ ସମିଳନରର ଦୁର୍ବୃତ୍ତ ମାନେ ପୁଅକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଆଣିଥିବା ସୁରେଶ ଦାସଙ୍କ କହିବା ଅନୁସାରେ ତାଙ୍କର ବଡ ପୁଅ ସୌମ୍ୟରଞ୍ଜନ ଭୁବନେଶ୍ୱରସ୍ଥିତ ଏକ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ବେଳେ କରୋନା ପାଇଁ ଲକଡାଉନ ହୋଇଯିବାରୁ ଆସି ଗାଁରେ ରହୁଥିଲେ। ବଂଶଡା ଥାନା ବିଜିପୁର ଗାଁର ସୌମ୍ୟଙ୍କ ମାମୁଁ ବୁଲା ଜେନା ଘର। ଗତ ୩ତାରିଖ ମାମୁଁ ପୁଅ ଭାଇ ବିଭୂତି ଜେନା ଏକ ଭୋଜିର ଆୟୋଜନ କରି ସୌମ୍ୟଙ୍କୁ ଡାକିଥିଲେ। ଏହି ଭୋଜିରେ ବିଭୂତିଙ୍କ ଅନ୍ୟ ଦୁଇ ଜଣ ସାଙ୍ଗ ଚିତ୍ତରଞ୍ଜନ ଜେନା ଓ ଖଗେଶ୍ୱର ପାତ୍ର ମଧ୍ୟ ସାମିଲ ହୋଇଥିଲେ। ମାମୁଁ ଘରେ ଭୋଜି ଖାଇବା ପରେ ୪ଜଣ ଚିଙ୍ଗୁଡ଼ି ଘେରୀ ପୋଖରୀ ହୁଡ଼ାରେ ଶୋଇବାକୁ ଗଲେ। ମାତ୍ର ତହିଁ ପରଦିନ ସୌମ୍ୟଙ୍କ ମୃତଦେହ ପୋଖରୀ ମଧ୍ୟରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ସୌମ୍ୟଙ୍କ ବାପାଙ୍କୁ ଜଣାଯାଇଥିଲା।

ସମ୍ବନ୍ଧିତ ଖବର