ଅନୁଗୁଳ: ନିଖୋଜ ଯୁବକଙ୍କ ମୃତ ଶରୀର କେନାଲରୁ ଉଦ୍ଧାର 

ନାଲକୋ ନଗର: ଅନୁଗୁଳ ଜିଲ୍ଲା ବଆଁରପାଳ ବ୍ଲକ ପିଙ୍ଗୁଆ ଓ କୁସପୁଙ୍ଗି ନିକ ଦେଇ ଯାଇଥିବା ବଡ଼ କେନାଲରୁ ନିଖୋଜ ଯୁବକଙ୍କ ମୃତ ଶରୀର ଉଦ୍ଧାର ହୋଇଛି । ଯୁବକଙ୍କ ମୃତ ଶରୀର ଭାସି ଭାସି ଭୋଗବେରିଣୀ ଅଭିମୁଖେ ଯାଉଥିବା ପ୍ରଥମେ ସ୍ଥାନୀୟ ଲୋକ ଦେଖିଥିଲେ।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁପଲି ଗାଁର କୁର୍ପା ରାଉତଙ୍କ ବଡ଼ ପୁଅ ବିଷ୍ଣୁ ରାଉତ (୨୮) ଗତକାଲି ସକାଳୁ ବିଷ୍ଣୁ ରାଉତ କେଉଁ ଆଡେ ଚାଲି ଯାଇଥିଲେ। ପରିବାର ଲୋକ ଖୋଜା ଖୋଜି ପରେ ମଧ୍ୟ ରାତି ସୁଦ୍ଧା ବିଷ୍ଣୁ ଘରକୁ ଫେରୀ ନଥିଲେ। ଆଜି ମଧ୍ୟାନ ୨ଘଟିକା ସମୟରେ କେନାଲରେ ଅଜଣା ଯୁବକର ଶବ ଭାସୁଥିବା ଖବର ପ୍ରଚାର ହେବା ପରେ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଭାସୁଥିବା ବେଳେ ସାନ ଭାଇ ବିଭୁ ରାଉତ ପୋଷାକ ଦେଖି ବଡ଼ ଭାଇ ବୋଲି ଜାଣିବାକୁ ପାଇଥିଲେ। ତୁରନ୍ତ ମଝି କେନାଲ ଭିତରକୁ ଯାଇ ବଡ଼ ଭାଇର ଶବକୁ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ଦେଖିବା ପରେ ବଆଁରପାଳ ଥାନାକୁ ଅବଗତ କରାଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର