ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଶୁକ୍ରବାର ଜଣେ ଯୁବତୀଙ୍କର ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଛି। ମୃତଦେହ ଉଦ୍ଧାର ହୋଇଥିବା ଯୁବତୀଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି।

ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସରଗଡ଼ା ଗାଁ ପାଖ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି। ଯୁବତୀଙ୍କର ବୟସ ୨୮ ରୁ ୩୦ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଦୁର୍ବୃତ୍ତମାନେ ଯୁବତୀଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଯୁବତୀଙ୍କର ପରିଚୟ ମିଳି ନ ଥିବା ବେଳେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର