ଯୋରନ୍ଦା ମେଳାର ତୃତୀୟ ଦିନ:ନୀତି ବିଭ୍ରାଟ, ବିଳମ୍ବରେ ଜଳିଲା ଝାଡ଼

ପରିଚାଳନା କମିଟି ପୁନର୍ଗଠିତ

ଯୋରନ୍ଦା,: ପ୍ରସିଦ୍ଧ ଯୋରନ୍ଦା ମେଳାର ଆଜି ଥିଲା ତୃତୀୟ ଦିନ। ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତି ନିଷ୍ପତ୍ତି ଅନୁଯାୟୀ ଆଜି ଗାଦିମନ୍ଦିର ପଶ୍ଚିମ ଦ୍ବାରାରେ ଗୋଟିଏ ଝାଡ଼ ଜଳିବାକୁ ସ୍ଥିର ହୋଇଥିଲା। କିନ୍ତୁ ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଝାଡ଼ ଜଳିନଥିଲା। ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଉପସ୍ଥିତ ବାବାମାନେ ପରିଚାଳନା ସମିତି ସହ ଯୋଗାଯୋଗ କରି ଝାଡ଼ ଜାଳିଥିଲେ। ବରିଷ୍ଠ ମହିମା ସନ୍ନ୍ୟାସୀ ଶୁକଦେବ ବାବା, ନଟବର ବାବା, ବହ୍ଲବାନନ୍ଦତ ବାବା, ଆକୁଳବାବା, ନରେନ୍ଦ୍ର ବାବା ପ୍ରଭାସ ବାବା ପ୍ରମୁଖ ଝାଡ଼ଦୀପ ପରିଚାଳନା କରିଥିଲେ। ହଜାର ହଜାର ଶ୍ରଦ୍ଧାଳୁ ଝାଡ଼ ଦର୍ଶନ କରିଥିଲେ। ରାତି ୯ଟାବେ‌େଳ ସୁନା, ରୁପା ଅଳଙ୍କାର, ତ୍ରାସ, ଛତ୍ର ପ୍ରଭୃତି ଶଗଡ଼ିରେ ପୁଲିସ ସୁରକ୍ଷା ମଧ୍ୟରେ ନୀତି ମନ୍ଦିରକୁ ନିଆଯାଇଥିଲା। ସତ୍ୟମହିମାଧର୍ମଧାମ ପରିଚାଳନା ସମିତି ସଭାପତି ପବିତ୍ରମୋହନ ବାବା ଓ ସ˚ପାଦକ ନିତ୍ୟାନନ୍ଦ ବାବାଙ୍କ ତତ୍ବାବଧାନରେ ନୀତିମନ୍ଦିରରେ ସମସ୍ତ ଜିନିଷ ରଖାଯାଇଥିଲା ା ଆସନ୍ତାକାଲି ପୂର୍ବାହ୍ନ ୧୧.୪୫ରେ ଗାଦି ମନ୍ଦିର ପରିସରରେ ଧର୍ମ ଜାଗରଣ ସମନ୍ବୟ ଓଡିଶା ଆନୁକୂଲ୍ୟରେ ଧର୍ମ ମହାସଭା ହେବ ା ଏହି ସଭାରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁ ସନ୍ଥ ଯୋଗ ଦେବେ ା ମୁଖ୍ୟ ଅତିତି ଭାବେ ବିଶ୍ବ ହିନ୍ଦୁ ପରିଷଦ ଆନ୍ତର୍ଜାତିକ କାର୍ଯ୍ୟାଧୢକ୍ଷ ଆଲୋକ କୁମାର ଜୀ ,ସମ୍ମାନିତ ଅତିଥି ଭାବେ ବକ୍କଳଧାରୀ ମହିମା ସମାଜ ସଭାପତି ବାବା ପବିତ୍ର ମୋହନ ଦାସ ଓ କୌ ପୀନଧାରୀ ମହିମା ସମାଜ ସଭାପତି ରଘୁନାଥ ବାବା ଯୋଗ ଦେବେ ା ଗତକାଲି ରାତିରେ କୈାପୀନଧାରୀ ମହିମା ସମାଜ ସଭାମଣ୍ତପରେ ସଭାପତି ବାବା ରଘୁନାଥ ଦାସଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇ ବାର୍ଷିକ ପରିଚାଳନା କମିଟି ଗଠିତ ହୋଇଛି ା ଉପଦେଷ୍ଟା ଭାବେ ରାଜକିଶୋର ବାବା, ସଭାପତି ବାବେ ରଘୁନାଥ ବାବା, ଉପସଭାପତି ରୂପେ ସାରଙ୍ଗଧର ବାବା,ପରିଚାଳକ ଅବିନାଶୀ ବାବା,ସହପରିଚାଳକ ଅରୂପ ବାବା, ସ˚ପାଦକ ସୁଶାନ୍ତ ବାବା, କୋଷାଧୢକ୍ଷ ଭାବେ ବିଶ୍ବେଶ୍ବର ବାବାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ା ଆସନ୍ତା ୨୨ତାରିଖରେ ବକ୍କଳଧାରୀ ମହିମା ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇ ପରିଚାଳନା କମିଟି ନିଯୁକ୍ତି ଓ ବିଭିନ୍ନ ମନ୍ଦିରରେ ନୀତି ନିଯୁକ୍ତି କରାଯିବ ା ଆସନ୍ତା ୨୪ ତାରିଖରେ ଗୋଷ୍ଠୀ ସତ୍ସଙ୍ଗ ଓ ଭୋଜନ ଅନୁଷ୍ଠିତ ହେବ ବୋଲି ବାବା ନଟବର ଦାସ ଜଣାଇଛନ୍ତି ା

ସମ୍ବନ୍ଧିତ ଖବର