ନାବାଳିକାକୁ ଦୁଷ୍କର୍ମ ଘଟଣାରେ ପୁଲିସର ଅବହେଳା: ମାଥିଲି ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଥାନା ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ବେଳେ ପରିବାର ଲୋକେ ଏବଂ ନିଜେ ନାବାଳିକା ବାରମ୍ବାର ନ୍ୟାୟ ପାଇଁ ଥାନାକୁ ଦୌଡି ଦୌଡି ନୟାନ୍ତ ହେବା ଓ ପରେ ସାମାଜିକ କର୍ମୀଙ୍କ ହସ୍ତକ୍ଷେପ ପରେ ଦୀର୍ଘ ୬ ମାସ ପରେ କେଶ ରୁଜୁ ହେବା ଏବଂ ଅଭିଯୁକ୍ତକୁ ଗିରଫ କରିବା ଘଟଣାରେ ଏପର୍ଯ୍ୟନ୍ତ ଥାନା ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଆଜି ପୀଡିତାଙ୍କ ମାଆ ଓ ସମାସେବୀ ଶରତ ବୁର୍ଦା ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି।

ଘଟଣା ଅନୁଯାୟୀ ଗତ ୨୦୨୦ ଅଗଷ୍ଟ ୨୩ ତାରିଖରେ ମାଥିଲି ଥାନା ଅଂଚଳର କେନ୍ଦୁଗୁଡା ଗ୍ରାମରୁ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ତାଙ୍କ ମାଆ ଥାନାରେ ଏତଲା ଦାୟର କରିଥିଲେ। ତେବେ ପୁଲିସ ଏତଲାକୁ ଭୃକ୍ଷେପ ନ କରି କୌଣସି କାର୍ତ୍ତିକ ନେଇ ନଥିଲେ। ତେବେ ବାରମ୍ବାର ପରିବାର ଲୋକେ ଥାନାର ଦ୍ବାରସ୍ଥ ହେବା ପରେ ପୁଲିସ ଅଗଷ୍ଟ ୨୭ ତାରିଖେ କେଶ କରି ଚୁପ ବସିଯାଇଥିଲେ। ସେପ୍ଟେମ୍ବର ୩ ତାରିଖ ଦିନ କୌଶଳକ୍ରମେ ପୀଡିତା ଅପହରଣକାରୀଙ୍କ ଠାରୁ ମୁକୁଳି ମାଥିଲି ଥାନାରେ ପହଞ୍ଚି ଦୁଷ୍କର୍ମ ଅଭିଯୋଗ କରିଥିଲେ। ପୁଲିସ ଏହାକୁ ଖାମଖିଆଲ ଭାବେ ନେଇଥିଲା। ଅଭିଯୁକ୍ତ କାର୍ତ୍ତିକ ଧୋବା ନାମକ ଯୁବକ ଦୁଷ୍କର୍ମ କରିଥିବା ପୁଲିସ ଜାଣିବା ପରେ ମଧ୍ୟ କୌଣସି କାର୍ତ୍ତିକ ନେଇ ନଥିଲା କାରଣ ସେ ଜଣେ ପୁଲିସ କର୍ମଚାରୀଙ୍କର ସଂପର୍କୀୟ ଥିଲା। ପୀଡିତାଙ୍କ ବାପାଙ୍କର ଦେହାନ୍ତ ହୋଇଯାଇଥିବା ବେଳେ ମାଆ ଏବଂ ତାଂକ ମାମୁ ଥାନାକୁ ଯେତେ ଥର ଆସିଲେ ମଧ୍ୟ ପୁଅ ଆସିଲେ କଥା ହେବା କହି ଏମାନଙ୍କୁ ଥାନାରୁ ବିଦା କରିଦିଆଯାଉଥିଲା। ବାରମ୍ବାର ଥାନାକୁ ଯାଇ ଶେଷରେ ନିରାଶ ହୋଇଗଲେ। ଥାନା ବାବୁମାନେ କେବଳ ଧମକାଇଲେ ସିନା କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ଚଳିତ ମାସରେ ଏନେଇ ସାମାଜିକ କର୍ମୀ ଶରତ ଚନ୍ଦ୍ର ବୁରୁଦା ଜାଣିବା ପରେ ମାଥିଲି ଥାନାରେ ପହଞ୍ଚି ପୁଣି ଏତଲା ଦାୟର କରିଥିଲେ। ଏଥର ପୁଲିସ ତତ୍ପରତା ଦେଖାଇଥିଲା। ଗତ ଦୁଇ ଦିନ ତଳେ ପୁଲିସ ଅଭିଯୁକ୍ତ କାର୍ତ୍ତିକକୁ ଗିରଫ କରିଥିଲା। ତେବେ ଅବହେଳା ପ୍ରଦର୍ଶନ କରିଥିବା ଥାନା ବାବୁ ରଘୁନାଥ ମାଝିଙ୍କ ବିରୋଧରେ କୌଣସି କାର୍ତ୍ତିକ ଗ୍ରହଣ କରାଯାଇ ନାହିଁ। କାରଣ ୬ ମାସ ପରେ କେଶ ରୁଜୁ ହେବା ଏବଂ ଝିଅର ଡାକ୍ତରୀ ମାଇନା କରାଯିବା କେତେଦୁର ଯୁକ୍ତିଯୁକ୍ତ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ଶରତ ଚନ୍ଦ୍ର ବୁରୁଦା ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର