ଦିବ୍ୟାଙ୍ଗ ବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ବିବାହିତ ଯୁବକ ଫେରାର

ବାଲେଶ୍ୱର: ଜଣେ ବିଦ୍ୟାଙ୍ଗ ବାଳିକାକୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ବିବାହିତ ଯୁବକ ଫେରାର ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚଳିତ ମାସ ୫ ତାରିଖରେ ହୋଇଥିବା ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ମା’ ଗୁରୁବାର ଥାନାରେ ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ଅନୁସାରେ ଅଭିଯୁକ୍ତ ପୀଡ଼ିତାଙ୍କ ପଡୋଶୀ ଥିଲା। ପୀଡ଼ିତାଙ୍କ ମା’ ଯେତେବେଳେ କୌଣସି କାମ ପାଇଁ ବାହାରକୁ ଯାଇଥିଲେ, ସେହି ସମୟର ସୁଯୋଗ ନେଇ ଅଭିଯୁକ୍ତ ମନ୍ଦ ଚିନ୍ତା କରିଥିଲା। ପୀଡ଼ିତାଙ୍କ ମା’ ଘରକୁ ଫେରିବା ବେଳକୁ ଅଭିଯୁକ୍ତ ଫେରାର ହୋଇସାରିଥିଲା। ପୁଲିସ ଅଭିଯୁକ୍ତର ବିରୋଧରେ ମାମାଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର