ବରଗଡ଼: ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ବରଗଡ଼: ଗତକାଲି ରାତିରେ କରମା ନାଚ କରି ଫେରାୁଥିବା ବେଳେ ହାତୀ ଦଳି ଦେବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଯୁବକ ହେଉଛନ୍ତି ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍‌ ଅନ୍ତର୍ଗତ କେନାବୁଦା ଗ୍ରାମର ଲାଲ ବାହାଦୂର ହଂସ(୪୨ ବର୍ଷ) ଓ ଆହତ ଜଣକ ହେଉଛନ୍ତି କଲୋନିପଡ଼ାର ବିର୍ଜୁ ବରିହା।
ଗତକାଲି ରାତିରେ ପାଇକମାଳ ବ୍ଲକ୍‌ ବଇଦାପାଲି ଗ୍ରାମରେ କରମା ନାଚ ସାରି ଫେରୁଥିବା ବେଳେ ଏହି କଳାକାରମାନେ ହାତୀପଲ ହାବୁଡ଼ରେ ପଡ଼ିଥିଲେ।

ସମ୍ବନ୍ଧିତ ଖବର