କାଲିମେଳାରେ ଚାଷୀଙ୍କ ଧାରଣା: ଉପଜିଲାପାଳଙ୍କ ଲିଖିତ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

କାଲିମେଳା: ଧାନ ମଣ୍ଡି ବନ୍ଦ ପ୍ରତିବାଦରେ କାଲିମେଳା-ମାଲକାନଗିରି ଜାତୀୟ ରାଜପଥକୁ ଚାଷୀମାନେ ବନ୍ଦ କରିବାର ଦୀର୍ଘ ୫ ଘଣ୍ଟା ପରେ ଶେଷରେ ଧାରଣା ପ୍ରତ୍ୟାହୃତ ହୋଇଛି। ସନ୍ଧ୍ୟା ବେଳେ ଉପ ଜିଲ୍ଲାପାଳ ଧାରଣାସ୍ଥଳରେ ପହଞ୍ଚି ଚାଷୀ ଓ ନେତା ମାନଙ୍କ ସହିତ ଆଲୋଚନା କରିବା ସହିତ ବଳକା ଥିବା ୨୦ ହଜାର କୁଇଣ୍ଟାଲରୁ ଅଧିକା ଧାନ ଉଠିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଚାଷୀ ମାନେ ଧାରଣାରୁ ଉଠି ଥିଲେ। ଏହା ପୂର୍ବରୁ ଜିଲ୍ଲା ଯୋଗାଣ ଅଧିକାରୀ ଆସି ଚାଷୀଙ୍କ ସହ ଆଲୋଚନା କରି ବିଫଳ ହେବା ପରେ ଶେଷରେ ଜିଲାପାଳଙ୍କ ନିର୍ଦେଶରେ ଉପଜିଲ୍ଲାପାଳ ଆସି ଥିଲେ।

ସୂଚନାଯୋଗ୍ୟ ଯେ କାଲିମେଳା ବ୍ଲକରେ ଥିବା ୨୧ଟି ମଣ୍ଡିରୁ ୨ ଲକ୍ଷ ୭୭ ହଜାର କୁଇଣ୍ଟାଲ ଧାନ କିଣା ସରିଛି ବୋଲି କାଲିମେଳା ଲାମ୍ପସ ତରଫରୁ ସୂଚନା ମିଳିଛି। ରାଜ୍ୟ ସରକାର ଦେଇଥିବା ଟାର୍ଗେଟ ପୂରଣ ହୋଇଯିବାରୁ ଆଜି ଠାରୁ ମାଣ୍ଡିରୁ ଧାନ କିଣା ବନ୍ଦ ହୋଇଯାଇଛି। ଆଜିର ଧାରଣାରେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ସହିତ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ରାମ ପ୍ରସାଦ ପଟ୍ଟନାୟକ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଳା ମାଢ଼ୀଙ୍କ ସହିତ ଶତାଧିକ ଚାଷୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର