ଖୋର୍ଦ୍ଧା ବ୍ଲକ ଶିକ୍ଷା ବିଭାଗର ମେଧାବୃତ୍ତି ସମ୍ବର୍ଦ୍ଧନା

ଖୋର୍ଦ୍ଧା: ପ୍ରତି ମଣିଷ ଠାରେ ଉତ୍ତମ ଗୁଣ ରହିଛି। ଏହାକୁ ସମ୍ମାନିତ କରିବା ପ୍ରୋତ୍ସାହିତ କରିବା ଦ୍ୱାରା ମଣିଷ ଭଲବାଟରେ ଆଗକୁ ବଢ଼ିବାରେ ପ୍ରେରଣା ପାଇବ ବୋଲି ଆଜି ସ୍ଥାନୀୟ ଜୟୀରାଜଗୁରୁ ଭବନ ଠାରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମେଧାବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥିମାନେ ମତ ଦେଇଛନ୍ତି। ଅତିଥିମାନେ କହିଥିଲେ ଯେ ପ୍ରତି ସନ୍ତାନର ପ୍ରଥମ ଗୁରୁ ହେଉଛନ୍ତି ସେମାନଙ୍କ ମାଆ ଓ ବାପା। ବିଦ୍ୟାଳୟରେ ଶିକ୍ଷକଶିକ୍ଷୟିତ୍ରୀ ମାଆବାପାଙ୍କର ସ୍ୱପ୍ନକୁ ପୂରଣ କରିବାରେ ସହାୟକ ହୋଇଥାନ୍ତି। ଜଣେ ଆଦର୍ଶ, ଦକ୍ଷ ଓ ଉତ୍ସର୍ଗୀକୃତ ଶିକ୍ଷକ ହିଁ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଦିଗଦର୍ଶନ ଦେଇ ଭଲ ନାଗରିକ ଭାବେ ଗଢ଼ି ତୋଳିପାରିବ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ରାଉତ ଅଧ୍ୟକ୍ଷତା କରିଥିଲେ।

ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ମୁଖ୍ୟବକ୍ତା ଭାବେ ମୋ ସ୍କୁଲ ଅଭିଯାନର ଉପନିର୍ଦେଶିକା ସସ୍ମିତା ମାଳୀ, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଡିଓ ରୁମ୍ନା ଜାଫି୍ର, ମାଧ୍ୟମିକ ଶିକ୍ଷା ନି‌ର୍ଦେଶାଳୟର ସହ-ନିର୍ଦେଶିକା ସୁନନ୍ଦା ମେକପ୍, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ସତ୍ୟବାନ ଶ୍ରୀଚନ୍ଦନ, ଭରତ ଚନ୍ଦ୍ର ପ୍ରଧାନ ଓ ସହ-ଶିକ୍ଷା ଗୋଷ୍ଠୀ ଅଧିକାରୀ ନଳିନୀ ଦେବୀ ମଂଚାସୀନ ଥିଲେ। କାର୍ଯ୍ୟକ୍ରମକୁ ଆଂଚଳିତ ସାଧନ କେନ୍ଦ୍ର ସଂଯୋଜକ ଯୁଧିଷ୍ଠିର ସାହୁ, ରବି ନାରାୟଣ ପଣ୍ଡା, ଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର, ରବୀନ୍ଦ୍ର ପ୍ରଧାନ, ଧ୍ରୁବଚରଣ ରଣା, ସୁଜାତା ସାହୁ, ପ୍ରଦ୍ୟୁମ୍ନ ମିଶ୍ର, ରବି ନାରାୟଣ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭରତ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ, ତୃତୀୟ ଓ ପଂଚମ ଶ୍ରେଣୀ ମେଧାବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ଏକ ଅଭିନବ କାର୍ଯ୍ୟକ୍ରମ ଖୋର୍ଦ୍ଧା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆରମ୍ଭ କରିଛି। ଚଳିତବର୍ଷ ୩ୟ ଶ୍ରେଣୀ ଓ ୫ମ ଶ୍ରେଣୀ ମେଧାବୃତ୍ତି ପାଇଥିବା ମୋଟ ୫୬ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି।

ସମ୍ବନ୍ଧିତ ଖବର