ଜଳୁଛି ଦୈତାରୀ ହିଲଟପ ଜଙ୍ଗଲ, ଔଷଧୀୟ ବୃକ୍ଷ ସମେତ ବ୍ୟାପକ ପରିମାଣରେ ଗଛ ପୋଡ଼ି ନଷ୍ଟ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ହିଲଟପ ଜଙ୍ଗଲରେ ଗତକାଲି ସନ୍ଧ୍ୟାରେ ନିଆଁ ଲାଗି ବ୍ୟାପକ ପ୍ରାକୃତିକ ସଂପଦ କ୍ଷୟକ୍ଷତି ଘଟିଛି। ହିଲଟପରୁ ଓଏମସି ଲୁହାପଥର ଉତ୍ତୋଳନ କରିଥାଏ। ଜଙ୍ଗଲ କଡ଼ରେ ଡିଜେଲ ଟାଙ୍କି ସମେତ ଗାଡ଼ି ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ରହିଥାଏ। ଜଙ୍ଗଲରେ ନିଆଁ ଜଳୁଥିବା ଦେଖି କର୍ମଚାରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ଓଏମସି ଓ କେସିସିର କର୍ମଚାରୀ ମିଶି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବା ଦ୍ୱାରା ଔଷଧୀୟ ଵୃକ୍ଷ ସମେତ ଛୋଟ ଛୋଟ ଗଛ ସବୁ ପୋଡ଼ି ନଷ୍ଟ ହୋଇଯାଇଛି। ସେହିପରି ହରିଚନ୍ଦନପୁର-କେନ୍ଦୁଝର ରାସ୍ତାର କୂଅଝରଣ ଘାଟିର ବାରବଙ୍କ ସଂରକ୍ଷିତ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି। ନିଆଁ ଲିଭାଇବା ପ୍ରତି ବନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର