ପୋଖରୀ ବୁଡ଼ି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ 

କାମାକ୍ଷାନଗର: ପୋଖରୀରେ ବୁଡ଼ି ଆଜି ଜଣେ ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ମୃତକ ହେଲେ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମ ମୁଣ୍ଡାସାହିର ବିଭୁ ପିଙ୍ଗୁଆଙ୍କ ପୁଅ ରୋସନ ପିଙ୍ଗୁଆ। ଆଜି ମଧ୍ୟାହ୍‌ଣ ସମୟରେ ରୋସନ ସାଙ୍ଗମାନଙ୍କ ସହ ଗ୍ରାମର ବଡଥାଳିଆ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁ ସେ ପାଣିରେ ବୁଡିଯାଇଥିଲା। ଖବର ପାଇ ପରିବାର ଲୋକେ ଆସି ଖୋଜାଖୋଜି କରି ଉଦ୍ଧାର କରି କାମାକ୍ଷାନଗର ମେଡିକାଲକୁ ଆଣିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର