ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ ଅଭିଯୋଗ

ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ଲଣ୍ଡେଇସାହି ଛକରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଲଣ୍ଡେଇସାହି ଅଞ୍ଚଳର ବିରଞ୍ଚି ନାରାୟଣ ମିଶ୍ର (୫୦)। ମୃତଦେହକୁ ପୁଲିସ ଜବତ କରିଥିବା ବେଳେ ପୋଷ୍ଟମର୍ଟମ ପାଇଁ ସ୍ଥାନୀୟ ମେଡିକାଲରେ ରଖାଯାଇଥିବା ଏସଆଇ ସମୀର କୁମାର ବେହେରା ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସାଢ଼େ ୫ଟାରେ ବିରଞ୍ଚି ନିଜ ଚାଉଳ ଦୋକାନରେ ଥିଲେ। ସେଠାରେ ପରିସ୍ରା ପାଇଁ ଯାଇ ପୁଣି ଦୋକାନକୁ ଫେରିବା ପରେ ପଡିଯାଇଥିଲେ। ଫଳରେ ପଡୋଶୀ ଦୋକନୀମାନ‌େ ସେମାନଙ୍କ ଘରେ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ମେଡିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର