ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ହିନ୍ଦୀ ଶିକ୍ଷକ, ସମ୍ପତ୍ତିର ମୂଲ୍ୟ ୪ କୋଟିରୁ ଅଧିକ

ବ୍ରହ୍ମପୁର : କୋଟିପତି ହିନ୍ଦୀ ଶିକ୍ଷକ ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଶିକ୍ଷକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଶିକ୍ଷକଙ୍କ ସମ୍ପତ୍ତିି ୪.୯୩ କୋଟି । ଆୟ ବହିର୍ଭୂତ ସମ୍ପତ୍ତିି ମାମଲାରେ ଫସିଛନ୍ତି ଗଂଜାମ ଜିଲ୍ଲା ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ । ତାଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।

ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଶିକ୍ଷକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ହେଉଛି ୪କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କା । ବ୍ରହ୍ମପୁର ବ୍ରହ୍ମାନଗରଠାରେ ୫ ମହଲା କୋଠା ମୂଲ୍ୟ ୧କୋଟି ୮୬ ଲକ୍ଷ ୬୩ ହଜାର ୧୬୫ ଟଙ୍କା ଥିବା ଆକଳନ କରାଯାଇଛି । ବୈକୁଣ୍ଠନଗର ଦ୍ୱିତୀୟ ଲେନସ୍ଥିତ ୩ ମହଲା କୋଠାର ମୂଲ୍ୟ ୧ କୋଟି ୧୨ ଲକ୍ଷ ଟଙ୍କା ଆକଳନ କରାଯାଇଛି । ଏହି କୋଠାଟି ଶିକ୍ଷକଙ୍କ ପତ୍ନୀଙ୍କ ନାମରେ ରହିଛି ।

ସେହିପରି ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ୧୦ଟି ପ୍ଳଟ ଥିବା ବେଳେ  ଗୋପଳପୁର, ଭୁବନେଶ୍ୱର, ପୁରୀସମେତ ଏକାଧିକ ସ୍ଥାନରେ ରହିଛି ପ୍ଲଟ । ବହ୍ମପୁର ଭିଜିଲାନ୍ସ ଡିଭିଜନର ୧୦ଟି ଟିମର ପ୍ରାୟ ୫୦ ଜଣ ଅଫିସର ଓ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ଭିଜିଲାନ୍ସ ଏସପି ଅନୀଲ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚଢ଼ଉ କରାଯାଇଛି ।

ସମ୍ବନ୍ଧିତ ଖବର