ବସ୍‌ରୁ ୨୧ କେଜି ଗଞ୍ଜେଇ ଜବତ, ଯୁବତୀ ଗିରଫ

ବାଲିଗୁଡ଼ା: ସୁଡ୍ୟାରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ବସ୍‌ରୁ ବାଲିଗୁଡା ପୁଲିସ ଗତକାଲଇି ୨୧ କେଜି ଗଞ୍ଜେଇ ଜବତ କରିବା ଏଥିରେ ସଂପୃକ୍ତ ଜଣେ ଯୁବତୀକୁ ଗିରଫ କରିଛି । ଗିରଫ ଯୁବତୀ ମନ୍ତୀ ଦିଗାଳ(୨୫)କୁ ପୁଲିସ କୋର୍ଟ ଚାଲା କରିଛି । ସୂଚନା ମୁତାବକ କୌଣସି ସୁତ୍ରରୁ ଖବର ପାଇ ବାଲିଗୁଡ଼ା ପୁଲିସ ବସ ଭିତରେ ଥିବା ଗଞ୍ଜେଇ ବସ୍ତାକୁ ଜବତ କରିବା ସହିତ ଦୁଇ ଯୁବତୀଙ୍କୁ ଅଟକ ରଖିଥିଲେ। ପରେ ସେମାନଙ୍କୁ ବାଲିଗୁଡ଼ା ଥାନାକୁ ଆଣି ପଚରା ଉଚାରା କରିବା ପରେ ଜଣକୁ ଛାଡ଼ିଦେଇଥିଲା ।

ସମ୍ବନ୍ଧିତ ଖବର