ମହିଳାଙ୍କ ଚାଞ୍ଚଲ୍ୟକର ବୟାନ: ବିଧାୟକ ପ୍ରଦୀପଙ୍କ ପ୍ରରୋଚନାରେ ସାନଖେମୁଣ୍ଡି ବିଧାୟକଙ୍କ ନାଁରେ ଦୁଷ୍କର୍ମ ମାମଲା କରିଥିଲି

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ଆଉ ଦୁଇଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ର ଜେରା

ବ୍ରହ୍ମପୁର: ଆଇଏଫ୍‌ଏସ୍‌ ଅଭୟ ପାଠକଙ୍କ ପୁଅ ଆକାଶ ପାଠକ ଦ୍ବାରା ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ହୋଇଥିବା ଠକେଇ ଘଟଣାରେ ବ୍ରହ୍ମପୁରରେ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ଦ୍ବିତୀୟ ଦଫା ତଦନ୍ତ ଜାରି ରଖିଛି। ଆଜି ଚତୁର୍ଥ ଦିନରେ ଦୁଇ ଜଣଙ୍କ ବୟାନ୍‌ ରେକର୍ଡ଼ କରିଛି। ଉକ୍ତ ଦୁଇ ଜଣ ଗୋପାଳପୁର ନିର୍ବାଚନମଣ୍ଡଳୀ ରଙ୍ଗେଇଲୁଣ୍ଡା ଅଞ୍ଚଳର ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ବ୍ରହ୍ମପୁର ଗାନ୍ଧୀନଗର ଅଞ୍ଚଳର ସ୍ବପ୍ନା ପାଣିଗ୍ରାହୀ ନାମ୍ନୀ ଜଣେ ମହିଳା ଆଜି ବ୍ରହ୍ମପୁର ଏସ୍‌.ପିଙ୍କୁ ଭେଟି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପ୍ରଦୀପଙ୍କ ପ୍ରରୋଚନାରେ ସେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାମରେ ମିଥ୍ୟା ଦୁଷ୍କର୍ମ ମାମଲା ରୁଜୁ କରିଥିଲେ ବୋଲି ଚାଞ୍ଚଲ୍ୟକର ସ୍ବୀକାରୋକ୍ତି କରିଛନ୍ତି। ଏହା ବଦଳରେ ବିଧାୟକ ପ୍ରଦୀପ ମୋ’ ଝିଅର ଚାକିରି ଏବଂ ଅନ୍ୟ କିଛି ଯୁବକଙ୍କୁ ମଧ୍ୟ ଚାକିରି କରାଇ ଦେବେ ବୋଲି ମୋତେ ପ୍ରତିଶ୍ରୁତି ଦେଇଥିଲେ। ତେବେ ସେ ପ୍ରତିଶ୍ରୁତି ନ ରଖି ଠକିଥିଲେ। ତେଣୁ ଗୋପାଳପୁର ବିଧାୟକଙ୍କ ଦ୍ବାରା ଠକେଇର ଶିକାର ହୋଇଥିବାରୁ ତାଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ କରିବା ଲାଗି ଶ୍ରୀମତୀ ପାଣିଗ୍ରାହୀ ଏସ୍‌.ପି.ଙ୍କୁ ନିବେଦନ କରିଛନ୍ତି। ତେବେ ବ୍ରହ୍ମପୁର ଏସ୍‌.ପି. ପିନାକ୍‌ ମିଶ୍ର ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ୍‌ କରୁଥିବାରୁ କଟକ ଯାଇ କ୍ରାଇମ୍‌ବ୍ରାଞ୍ଚ୍‌ରେ ଅଭିଯାଗ କରିବାକୁ ତାଙ୍କୁ ପରାମର୍ଶ ଦେଇଛନ୍ତି।

ପ୍ରକାଶ ଯେ, ଗୋପାଳପୁର ନିର୍ବାଚନମଣ୍ଡଳୀର ଅନେକ ଯୁବକଙ୍କୁ ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଲକ୍ଷ ଲକ୍ଷ ଟଙ୍କା ଠକି ଥିବା ବିଗତ ଦିନରେ ଅଭିଯୋଗ ଆସିଥିଲା। ଟାଟା ମୋଟର୍ସର ଅଭିଯୋଗ କ୍ରମେ ଗତ ସେପ୍ଟେମ୍ବର ମାସରେ ସାଇବର୍‌ ସେଲ୍‌ରେ କେସ୍ ନମ୍ବର ୨୬ ଅନୁସାରେ ମାମଲା ରୁଜୁ ହୋଇଥିଲା। ଗତ ନଭେମ୍ବର ୨୯ ତାରିଖରେ ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ୍‌ର ୧୦ ଜଣିଆ ଟିମ୍‌ ବ୍ରହ୍ମପୁରରେ ଡେରା ପକାଇ ଖୋଳତାଡ଼ କରିଥିଲା। ଏହି ମାମଲାରେ ଗୋପାଳପୁର ବିଧାୟଙ୍କୁ କ୍ରାଇମବ୍ରାଞ୍ଚ୍‌ ଗିରଫ କରିଥିଲା।

ସମ୍ବନ୍ଧିତ ଖବର