କଳିଙ୍ଗା ଘାଟିରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍ 

ଭଞ୍ଜନଗର : ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଆଜି ସଂନ୍ଧ୍ୟା ସମୟରେ ଏକ ସିମେଣ୍ଟ୍ ବୋଝେଇ ଟ୍ରକ୍ ଓଲଟି ପଡିଛି । ଏହା ଫଳରେ ଚାଳକ ଗୁରୁତର ଆହତ ହୋଇଥିବା ବେଳେ  ଟ୍ରକରେ ଥିବା ସିମେଣ୍ଟ ବସ୍ତା ଗୁଡିକ ରାସ୍ତା ଉପରେ ବିଛେଇ ହୋଇ ପଡିଛି । ଆହତ ଚାଳକ ସୁଶାନ୍ତ ସାହୁ(୨୭) ମଧ୍ୟପ୍ରଦେଶର ଟିକର ଅଞ୍ଚଳର ହୋଇଥିବା ବେଳେ ଛତିଶଗଡ଼ ରାୟପୁରରୁ ସିମେଣ୍ଟ୍ ବୋଝେଇ କରି ଭଞ୍ଜନଗରକୁ ଆସୁଥିଲେ। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ସଂନ୍ଧ୍ୟା ସମୟରେ ଘାଟି ଓହ୍ଲାଇବାକୁ କିଛି ବାଟ ରହିଥିବା ବେଳେ ଟ୍ରକର ଚକା ଫାଟିଥିବା କିଛି ସ୍ଥାନୀୟ ଲୋକ କହୁଥିବା ବେଳେ ଚାଳକଙ୍କ ଅସାବଧାନତାବଶତଃ ଏଭଳି ଦୁର୍ଘଟଣା ହୋଇଥିବା ଆଉ କିଛି ଲୋକ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ଭଞ୍ଜନଗର ପୁଲିସ୍ ପହଞ୍ଚି ଆହତ ଚାଳକକୁ ଭଞ୍ଜନଗର ମେଡିକାଲ ପହଞ୍ଚାଇବା ସହ ଘଟଣା ସ୍ଥଳରେ ଟ୍ରକକୁ ଜବତ କରିଛି ।

ସମ୍ବନ୍ଧିତ ଖବର