ଭଞ୍ଜନଗରୁ ଦୁଇ କରୋନା ସନ୍ଦିଗ୍ଧଙ୍କୁ କୋଭିଡ କେୟାର ସେଣ୍ଟର ପଠାଇଲା ପ୍ରଶାସନ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରୁ ଦୁଇ ଜଣ କୋରନା ସନ୍ଦିଗ୍ଧଙ୍କୁ କୋଭିଡ କେୟାର ସେଣ୍ଟରକୁ ପ୍ରଶାସନ ପକ୍ଷରୁ ଅଣାଯାଇଛି। ବ୍ଳକ୍‌ର ଗୋଲାପଡା ପଞ୍ଚାୟତର ଜଣେ ତେଜରାତି ଦୋକାନିଙ୍କୁ କୋରାନା ସନ୍ଦେହରେ କୋଭିଡ କେୟାରକୁ ପଠାଯାଇଛି। ବିଡିଓ ଅନିଲ କୁମାର ସେଠୀ ଆଜି ସଂନ୍ଧ୍ୟାରେ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ସ୍ବତନ୍ତ୍ର ଅମ୍ବୁଲାନ୍ସରେ ଭଞ୍ଜନଗର କୋଭି‌ଡ କେୟାର କେନ୍ଦ୍ରକୁ ଆଣିଥିଲେ।

ଏହାସହ ପରିବାର ଲୋକଙ୍କ ସମେତ ପାଖ ପଡୋଶୀ କିଛି ଲୋକଙ୍କ ଆସନ୍ତାକାଲି ସ୍ବାବ୍‌ ସଂଗ୍ରହ କରାଯିବ ବୋଲି ବିଡିଓ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି। ସେହିପରି ଭଞ୍ଜନଗର ଏନ୍‌ଏସି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଶାସନ ପକ୍ଷରୁ କୋଭିଡ କେୟାରକୁ ସ୍ଥାନାନ୍ତର କରାଯାଇଛି। ଏନ୍‌ଏସି ପ୍ରଶାସନ ପକ୍ଷରୁ ତାଙ୍କୁ କୋଭିଡ କେୟାର କେନ୍ଦ୍ରକୁ ଅଣାଯାଇଥିବା ବେଳେ ତାଙ୍କ ସଂଷ୍ପର୍ଶରେ ଆସିଥିବା ‌ବ୍ୟକ୍ତି ମାନଙ୍କ ସଂର୍ପକରେ ତଥ୍ୟ ସଂଗ୍ରହ କରାଯାଉଥିବା ଜଣାପଡିଛି।

ସମ୍ବନ୍ଧିତ ଖବର