କେନ୍ଦ୍ରାପଡ଼ା: ପାଟକୁରା ପୁଲିସର ଏନକାଉଣ୍ଟରରେ ଅଭିଯୁକ୍ତ ବିଭୂ ସାହୁ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ପୁଲିସ ପକ୍ଷରୁ ଆଜି ଭୋରରୁ ବିଭୂ ସାହୁ ନାମକ ଜଣେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଛି। ବିଭୂଙ୍କ ଦୁଇ ଗୋଡରେ ଦୁଇଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିିବା ବେଳେ ତାଙ୍କ ଠାରୁ ଗୋଟିଏ ମାଉଜର, ୩ ରାଉଣ୍ଡ ଗୁଳି, ମୋବାଇଲ ଓ ବାଇକ ଜବତ କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଦାଦାବାଟି ଆଦାୟ କରିବା, ଦାଦାବାଟି ପାଇଁମରଣାନ୍ତକ ଆକ୍ରମଣ କରିବା, ହତ୍ୟା ଉଦ୍ୟମ,ଦାଦାବଟି ପାଇଁ ଠିକାରଦାରଙ୍କ ଜେସିବି ପୋଡ଼ିବା ଆଦି ଘଟଣାରେ ବିଭୂପ୍ରସାଦ ସାହୁ ଓରଫ ପ୍ରତାପ ସମ୍ପୃକ୍ତଥିବା ନେଇ ଅଭିଯୋଗ ଥିଲା। ଏପରିକି ଗତ ୨୦୧୨ ମସିହାରେ ମହାକାଳପଡ଼ା ପୁଲିସ ବିଭୂଙ୍କୁ ଏନକାଉଣ୍ଟର କରିଥିଲା। ବିଭୂଙ୍କ ଗୋଡ଼ର ସେତେବେଳେ ଗୁଳି ବାଜିଥିଲା। ତେବେ ଏହା ପରେ ବିଭୂ ଜାମିନ୍‌ରେ ବାହାରକୁ ଆସି ପୁଣି ପୂର୍ବ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ରହିଥିଲା। ଆଜି ଭୋରରୁ ବିଭୂ ଏକ ମୋଟର ସାଇକେଲରେ ଯାଉଥିବା ବେଳେ ତାଙ୍କୁ ପାଟକୁରା ପୁଲିସ ଅଟକାଇଥିଲା। ମାତ୍ର ପୁଲିସକୁ ଚକ୍‌ମା ଦେଇ ବିଭୂ ଖସିଯିବାକୁ ଉଦ୍ୟମ କରିବାରୁ ପୁଲିସ ଗୁଳି ଚଳାଇଥଲା। ଦୁଇଟି ଗୁଳିି ବିଭୂର ଦୁଇ ଗୋଡ଼ ଆଣ୍ଠୁରେ ବାଜିଛି।।

ସମ୍ବନ୍ଧିତ ଖବର