ହକି ଅଷ୍ଟ୍ରୋଟର୍ଫ ପାଇଁ ଚିହ୍ନଟ ଜାଗାକୁ ରାଜ୍ୟ କ୍ରୀଡା ନିର୍ଦେଶକଙ୍କ ପରିଦର୍ଶନ

ହକି ଅଷ୍ଟ୍ରୋଟର୍ଫ ପାଇଁ ଚିହ୍ନଟ ଜାଗାକୁ ରାଜ୍ୟ କ୍ରୀଡା

ଛତ୍ରପୁର: ଛତ୍ରପୁର ଠାରେ ହକି ଅଷ୍ଟ୍ରୋ ଟର୍ଫ ନିର୍ମାଣ ଲାଗି ଗତ ନଭେମ୍ବର ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁର ତହିସଲ ଅନ୍ତର୍ଗତ ସିତାରାମପୁର ମୌଜା ତଥା ପୁଲିସ ହାଇସ୍କୁଲ ନିକଟ ୩ ଏକର ଜାଗା ଚିହ୍ନଟ କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ରହିଥିବା ବେଳେ ଶନିବାର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା ରାଜ୍ୟ କ୍ରୀଡା ନିର୍ଦେଶକ ଆର୍. ଭିନିଲ କ୍ରିଷ୍ଣା ଗଞ୍ଜାମ ଜିଲ୍ଲାକୁ ଗସ୍ତ କରି ପ୍ରସ୍ତାବିତ ହକି ଟର୍ଫ ପାଇଁ ଚିହ୍ନଟ ହୋଇଥିବା ଜାଗାକୁ ପରିଦର୍ଶନ କରିଛନ୍ତି।

ଆଜି ସକାଳୁ ସକାଳୁ କ୍ରୀଡା ନିର୍ଦେଶକ ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ପହଞ୍ଚି ପୁଲିସ ହାଇସ୍କୁଲ ନିକଟ ଥିବା ୩ ଏକର ଜାଗାକୁ ଅନୁଧ୍ୟାନ କରିଥିଲେ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ତହସିଲଦାର ନୀଳମାଧବ ଭୋଇ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର