ଭଦ୍ରକ: ଆଜି ସକାଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଖପରପଦା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଯେଉଁ ପତ୍ନୀଙ୍କୁ ଚଉଦ ବର୍ଷ ତଳେ ପୁରେହିତଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ ସହିତ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ ସେହି ପତ୍ନୀଙ୍କୁ ଆଜି ସ୍ୱାମୀ କ୍ରୋଧର ବଶବର୍ତ୍ତୀ ହୋଇ କୋଦାଳରେ ହାଣି ହତ୍ୟା କରିଛନ୍ତି। ଆଉ ହତ୍ୟ୍ୟା କରିସାରିବା ପରେ ସିଧା ଥାନାକୁ ଆସି ଆତ୍ମସମର୍ପଣ କରିଛନ୍ତି ସ୍ୱାମୀ।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଖପରାପଦା ଗାଁର ପ୍ରଫୁଲ ବାରିକ(୪୦ ବର୍ଷ) ପ୍ରାୟ୧୪/୧୫ ବର୍ଷ ତଳେ ଜୟନ୍ତୀ ବାରିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ କାରଣରୁ ପାଟିତୁଣ୍ଡ ଲାଗିଥାଏ। ଏହି ଘରୋଇ କଳି ଗତକାଲି ରାତିରେ ମଧ୍ୟ ଉଗ୍ର ରୂପ ଧାରଣ କରିଥିଲା। ତେବେ ଆଜି ସକାଳେ ପୁଣି ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟତୁଣ୍ଡ ହେବାରୁ ସ୍ୱାମୀ ପ୍ରଫୁଲ ଘରେ ଥିବା ଏକ କୋଦାଳ ଧରି ବସିଥିବା ପତ୍ନୀଙ୍କୁ ଏକ ଚୋଟ ମାରିଥଲେ। ଫଳରେ ଘଟଣାସ୍ଥଳରେ ହିଁ ପତ୍ନୀ ଜୟନ୍ତୀଙ୍କର ମୃତ୍ୟୁ ଘଟିଥିଲା। ପତ୍ନୀ ଜୟନ୍ତୀଙ୍କୁ ହତ୍ୟା କରିବା ପରେ ସ୍ୱାମୀ ପ୍ରଫୁଲ ସିଧା ଆସି ବାସୁଦେବପୁର ଥାନାରେ ପହଞ୍ଚିଥିଲେ ଓ ନିଜ ପତ୍ନୀଙ୍କୁ କୋଦାଳରେ ହାଣି ହତ୍ୟା କରିଥିବା ସ୍ୱୀକାର କରିଥିଲେ। ପୁଲିସ ପ୍ରଫୁଲଙ୍କୁ ଥାନାରେ ଅଟକ ରଖି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଛି।
ପୂର୍ବବର୍ତ୍ତୀ ଖବର
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅସୁସ୍ଥ, ଏମ୍ସରେ ଭର୍ତ୍ତି
ସମ୍ବନ୍ଧିତ ଖବର