ତୁରୁମୁଙ୍ଗାରେ ଗଛ ଭାଙ୍ଗିଲା, ଛପର ଉଡ଼ିଗଲା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ତୁରୁମୁଙ୍ଗା ଅଞ୍ଚଳରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା ସହ ବହୁ ଲୋକଙ୍କ ଘରର ଛପର ଉଡ଼ିଯାଇଛି। ଗତକାଲି ବିଳମ୍ବିତ ରାତିରେ ଘଡ଼ଘଡ଼ି ସହ ଖୁବଜୋରରେ ବର୍ଷା, ପବନ ହୋଇଥିଲା। ଏଥି‌ରେ ତୁରୁମୁଙ୍ଗା ନିକଟ କଇଣ୍ଡା ଗ୍ରାମର ବହୁ ଲୋକଙ୍କ ଘରର ଛପର ଉଡ଼ିଯାଇଛି। ଖୁବଜୋରରେ ପବନ ବହିବା ଯୋଗୁଁ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଛି। ବହୁ ଲୋକଙ୍କ ଘରର ଅଜବେଷ୍ଟସ ଉପରେ ଗଛ ପଡ଼ିଯାଇଥିବାରୁ ଘର ଭାଙ୍ଗିଯାଇଛି। ଅନେକ ଲୋକଙ୍କ ଘରର ଛପର ଉଡ଼ିଯାଇଛି।

ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯିବାରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। କଇଣ୍ଡା ଗ୍ରାମର ଗୋବିନ୍ଦ ବେହେରା, ଚିତ୍ତରଞ୍ଜନ ବେହେରା, କଂସଲା ବେହେରା, ଜନ୍ମେଜୟ ବେହେରା, ସରସ୍ୱତୀ ବେହେରା, ଭାଗବତ ବେହେରା, ଧ୍ୟାନ ବେହେରା, ରବୀନ୍ଦ୍ର ବେହେରା, କୃଷ୍ଣ ବେହେରା, ଉଗ୍ରେସନ ବେହେରା, ମଣ୍ଟୁ ବେହେରା, ସୁସେନ ବେହେରାଙ୍କ ଘର ଭାଙ୍ଗିଯାଇଥିବା ଜଣାପଡ଼ିଛି। ପ୍ରଶାସନ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପ୍ରଦାନ କରିବାକୁ ଦାବି‌ ହୋଇଛି।

ସମ୍ବନ୍ଧିତ ଖବର