ତେଲ କମ୍ ଦେବା ପ୍ରତିବାଦ କରିବାରୁ ଗ୍ରାହକଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପେଟ୍ରୋଲ ପମ୍ପ କର୍ମଚାରୀ

ପାରାଦୀପ : ପେଟ୍ରୋଲ ଟାଙ୍କିରେ ତେଲ କମ୍ ଦେବା ପ୍ରତିବାଦ କରିବାରୁ ପେଟ୍ରୋଲ ପମ୍ପ କର୍ମଚାରୀ ଗ୍ରାହକଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବାର ଖବର ମିଳିଛି। ଏହାଫଳରେ ଗ୍ରାହକଙ୍କର ନାକ ଫାଟିବା ସହିତ ଆଖି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ହାତ ଜଖମ ହୋଇଛି। ପାରାଦୀପ ଦୋଛକିରେ ଥିବା ରିଲିୟାନ୍ସ ପେଟ୍ରୋଲ ପମ୍ପରେ ଗତ ରାତି ପ୍ରାୟ ସାଢେ଼ ୧୨ଟା ବେଳେ ଏପରି ଘଟଣା ଘଟିଛି ।
ତେଲ ଟାଙ୍କି ଠାରୁ କିଛି ଦୂରରେ ଥିବା ଏକ ହୋଟେଲର କର୍ମଚାରୀ ଶିଷ୍ୟ କାଣ୍ଡି ବାଇକରେ ତେଲ ପକାଇବାକୁ ଯାଇଥିଲେ। ମିଟର ଜିରୋ ନକରି ଅଧାରୁ ତେଲ ଚାଲୁ କରିବାରୁ ଶିଷ୍ୟ ପ୍ରତିବାଦ କରିଥିଲା ଏବଂ ଦ୍ଵିତୀୟ ଥର ତେଲ ପକାଇବାକୁ କହିଥିଲା। ଦ୍ଵିତୀୟ ଥର ସେହି ସମାନ ଭାବେ ଠକି ଥିଲେ। ଫଳରେ ଶିଷ୍ୟ ଏହାର ପ୍ରତିବାଦ କରିଥିଲେ। ଏହାକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀମାନେ ଉତ୍ତ୍ୟକ୍ତ ହୋଇ ଶିଷ୍ୟଙ୍କୁ ଗୁଡେ଼ଇ ତୁଡେଇ ପିଟିଥିଲେ। ଖବର ପାଇ ହୋଟେଲ ମାଲିକ ପହଞ୍ଚିବା ପରେ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଅଠରବାଙ୍କି ହସ୍ପିଟାଲରେ ଚିକିତ୍ସା ପରେ ଲକଥାନାରେ ଏତଲା ହୋଇଛି। ଅଧିକ ଚିକିତ୍ସା ପାଇଁ ଶିଷ୍ୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ୨ ଜଣ ଗଣ୍ଡଗୋଳ କରିଥିବା ଦର୍ଶାଇ ପୁଲିସରେ ଅଭିଯୋଗ କରିଛନ୍ତି।

 

ସମ୍ବନ୍ଧିତ ଖବର