ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ

ପୁରୀ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହୋଇଛି । ପ୍ରଶାନ୍ତଙ୍କ ଜାମିନ ଖାରଜ କଲେ କୋର୍ଟ । ବିଧାୟକଙ୍କ ମେଡିକାଲ ପରୀକ୍ଷା ପାଇଁ ଆବେଦନ କରାଯାଇଥିଲା । ଆଜି ତଳକୋର୍ଟରେ ପ୍ରଶାନ୍ତ ଆତ୍ମସମର୍ପଣ କରିଥିଲେ । ହାଇକୋର୍ଟର ନିର୍ଦ୍ଦେଶ କ୍ରମେ  ପ୍ରଶାନ୍ତ ଆତ୍ମସମର୍ପଣ କରିଥିଲେ। ତାଙ୍କ ଉପରେ ଲାଗିଛି ଏସସିଏସଟି ଆଇନ ଓ ଅପରାଧର ସଙ୍ଗୀନ ଦଫା ।

ସୂଚନାଯୋଗ୍ୟ, ଦୀର୍ଘ ଏକ ମାସ ଧରି ଫେରାର ଥିଲେ ବିଧାୟକ । ବାଲୁଗାଁ ଏନଏସି ଅଫିସରେ ବିଜେପି ନେତାଙ୍କୁ ମାଡ ମାରିବା ଦୃଶ୍ୟ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ବିଜେଡି ସୁପ୍ରିମୋ । ଏବଂ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଯାଇଛି । ମାଡ ମାରିବା ନେଇ ପ୍ରଶାନ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ ବି ହୋଇଥିଲା । ସେବେଠାରୁ ବିଧାୟକଙ୍କୁ ଧରିବା ନେଇ ପୁଲିସ ଚାଲିଆଡେ ଚଢାଉ ଜାରି ରଖିଥିଲା । ଏହି ଘଟଣା ପରଠୁ ଫେରାର ଥିଲେ ବିଧାୟକ । ଏପିରିକି ପ୍ରଶାନ୍ତଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଯାଇଥିଲା।

ସମ୍ବନ୍ଧିତ ଖବର