ଯାଜପୁର: ରାସ୍ତା କଡ଼କୁ ଓଲଟି ପଡିଲା ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରକ୍‌, ଚାପି ହୋଇ ଶ୍ରମିକଙ୍କ ଜୀବନ ଗଲା

ଯାଜପୁର: ଦର୍ପଣ ତହସିଲ ଓ ବୈରୀ ଥାନା ଅନ୍ତର୍ଗତ କାଇମାଟିଆ ଗ୍ରାମ ପଞ୍ଚାୟତର ଅଭୟପୁର ଗ୍ରାମ ନିକଟସ୍ଥ ରାସ୍ତା କଡ଼କୁ ଏକ ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରକ ଓଲଟି ପଡି ପଥର ତଳେ ଚାପି ହୋଇ ଜଣେ ଶ୍ରମିକଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାଯାଇଛି !

ଦୀର୍ଘଦିନ ହେବ ବୈରୀ ଥାନା ଥାନା ଅଞ୍ଚଳରେ ଚାଲି ଆସିଥିବା ବେଆଇନ୍ ମାଙ୍କଡ଼ା ପଥର ଖନନ ଓ ଚୋରା ଚାଲାଣ ପୋଲିସ୍ ଡିଏସପି ଦୀପକ କୁମାର ଗୋଚ୍ଛାୟତଙ୍କ କାର୍ଯ୍ୟ ଅବଧି ମଧ୍ୟରେ ଏକବାର ଠପ୍ ହୋଇ ଯାଇଥିଲା !

ମାତ୍ର ତାଙ୍କର ଏଠାରୁ ଅନ୍ୟତ୍ର ବଦଳି ହୋଇଯିବା ପରେ ସେହି ବେଆଇନ୍ କାର୍ଯ୍ୟ ଏବେ ପୂର୍ବପରି ଚାଲୁଥିବାର ସୂଚନା ରହିଛି। ଥାନା ଅନ୍ତର୍ଗତ ବୈରୀ, ପାରିଆ, ସମିଆଁ ଓ ଶାଳପଡ଼ା ପଞ୍ଚାୟତର ବିଭିନ୍ନ ମୌଜାର ସରକାରୀ ଓ ଜଙ୍ଗଲ ଜମିରୁ ମାଫିଆ ମାନେ ପୋଲିସ୍ ଓ ତହସିଲ କର୍ମଚାରୀଙ୍କୁ ଠକି ସୁରୁଖୁରୁରେ ନିଜ ଧନ୍ଦା ଚଳାଇଛନ୍ତି।  ୟା ଭିତରେ ଥରେ ତହସିଲଦାର ଓ ପୋଲିସ୍ ମିଳିତ ଭାବେ ଚଢ଼ାଉ କରି ଗୋଟିଏ ଟ୍ରକ୍ ଓ କଟର ମେସିନ୍ ଜବତ କରି ସାରିଛନ୍ତି।

ସମ୍ବନ୍ଧିତ ଖବର